ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ରେଡି ଦାମଦରପଲ୍ଲିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ଜଣକ ୩୪ ବର୍ଷୀୟ ଡି. ଶଙ୍କର ରେଡ୍ଡି ବୋଲି ଜଣାପଡିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନାହିଁ। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଶଙ୍କରଙ୍କ ପେଟକୁ ଛୁରିମାଡ ହୋଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ନେବା ସମୟରେ ରାସ୍ତାରେ ଯୁବକଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଧରାକୋଟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



