ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଶନିବାର ଏହି ମାମଲାରେ ସମ୍ପୃକ୍ତ ଜଣେ ମଧ୍ୟସ୍ଥକୁ ଗିରଫ କରାଯିବା ପରେ ସନ୍ଧ୍ୟାରେ ସରକାର ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ସଚିବ, ପୁଲିସ ଡିଜି ଓ୍ବାଇ. ବି. ଖୁରାନିଆଙ୍କ ସହିତ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ଉପସ୍ଥିତ ଥିବା ସୂଚନା ମିଳିଛି।
ବୈଠକରେ ମୁଖ୍ୟ ସଚିବ ଘଟଣା ସମ୍ପର୍କରେ ଓପିଆରବି ଅଧ୍ୟକ୍ଷଙ୍କଠାରୁ ଅବଗତ ହୋଇଛନ୍ତି। ଏହି ଦୁର୍ନୀତି ପଛରେ ମାଷ୍ଟରମାଇଣ୍ଡ କିଏ ଏବଂ କିପରି ଏହି ଘଟଣା ଘଟିଲା, ତ୍ରୁଟି କେଉଁଠି ରହିଲା ତାହା ପଚାରି ବୁଝିଛନ୍ତି।



