www.samajalive.in
Monday, November 17, 2025
17.1 C
Bhubaneswar

ଜାପାନ ରାଜନୀତି ଇତିହାସରେ ପ୍ରଥମ, ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଣେ ମହିଳା ନେତ୍ରୀ

ସମାଜ ନ୍ୟୁଜ ଡେସ୍କ: ଜାପାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ବା LDP ସାନାଏ ତାକାଇଚିଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି । ଯଦ୍ବାରା ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି ।

ଏପରିକି ଦେଶର ଇତିହାସରେ ପ୍ରଥମ ମହିଳା ଭାବରେ ନେତୃତ୍ୱ ନେବେ । ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ ସିଞ୍ଜିରୋ କୋଇଜୁମିଙ୍କୁ ତାକାଇଚି ପରାସ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେହି ବହୁମତ ହାସଲ କରିପାରି ନାହାଁନ୍ତି ।

- Advertisement -

୬୪ ବର୍ଷୀୟ ସାନାଏ ତାକାଇଚି ପୂର୍ବରୁ ଦେଶର ଅର୍ଥନୈତିକ ସୁରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଜାପାନର ଶାସକ ଦଳ LDPର ଦକ୍ଷିଣପନ୍ଥୀ ଗୋଷ୍ଠୀର ସଦସ୍ୟ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ କରିବା ପାଇଁ ସଂସଦରେ ଅକ୍ଟୋବର ୧୫ରେ ଭୋଟିଂ ହେବ ବୋଲି ଆଶା କରାଯାଉଛି।

ସେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସତ୍ତା ବଦଳାଇବେ ବୋଲି ଆଶା କରାଯାଉଛି। କାରଣ LDP ସଂସଦରେ ସବୁଠାରୁ ବଡ଼ ଦଳ ହୋଇରହିଛି। ତେବେ ସାମ୍ପ୍ରତିକ ନିର୍ବାଚନ ପରେ କୌଣସି ଗୃହରେ LDP ନେତୃତ୍ୱାଧୀନ ମେଣ୍ଟର ସଂଖ୍ୟାଗରିଷ୍ଠତା ନାହିଁ।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories