www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଗା ମେଢ଼ ପାଇଁ ସରକାରଙ୍କ ୭ କୋଟିର ଭେଟି । ୫୦ ବର୍ଷର ପୁରୁଣା ମେଢ଼କୁ ମିଳିବ ୫୦ ହଜାର ଅନୁଦାନ

ସମାଜ ନ୍ୟୁଜ ଡେସ୍କ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏନେଇ ଦୁର୍ଗାମେଢ଼ ଗୁଡ଼ିକୁ ୩ ଗୋଟି ବର୍ଗରେ ବିଭକ୍ତ କରାଯାଇ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

‘କ’ ବର୍ଗରେ ରହିବ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ – ଏହି ବର୍ଗରେ ୨୧୫ଟି ମେଢ଼କୁ ୨ କୋଟି ୧୭ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ଅର୍ଥାତ ପ୍ରତ୍ୟେକ ଐତିହ୍ୟ ସମ୍ପନ୍ନ ମେଢ଼କୁ ମିଳିବ ୧ ଲକ୍ଷ ୧ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ।

- Advertisement -

ସେହିପରି ‘ଖ’ ବର୍ଗରେ ରହିବ ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୧୯୭ଟି ମେଢ଼କୁ ୧ କୋଟି ୪୭ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୭୫ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

‘ଗ’ ବର୍ଗ : ୫୦ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୬୭୩ଟି ମେଢ଼କୁ ୩ କୋଟି ୩୬ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯିବ। ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

ରାଜ୍ୟର ସମୁଦାୟ ୧ ହଜାର ୮୫ଟି ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories