www.samajalive.in
Friday, December 5, 2025
20.1 C
Bhubaneswar

ଦୁର୍ଗା ମେଢ଼ ପାଇଁ ସରକାରଙ୍କ ୭ କୋଟିର ଭେଟି । ୫୦ ବର୍ଷର ପୁରୁଣା ମେଢ଼କୁ ମିଳିବ ୫୦ ହଜାର ଅନୁଦାନ

ସମାଜ ନ୍ୟୁଜ ଡେସ୍କ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏନେଇ ଦୁର୍ଗାମେଢ଼ ଗୁଡ଼ିକୁ ୩ ଗୋଟି ବର୍ଗରେ ବିଭକ୍ତ କରାଯାଇ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

‘କ’ ବର୍ଗରେ ରହିବ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ – ଏହି ବର୍ଗରେ ୨୧୫ଟି ମେଢ଼କୁ ୨ କୋଟି ୧୭ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ଅର୍ଥାତ ପ୍ରତ୍ୟେକ ଐତିହ୍ୟ ସମ୍ପନ୍ନ ମେଢ଼କୁ ମିଳିବ ୧ ଲକ୍ଷ ୧ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ।

- Advertisement -

ସେହିପରି ‘ଖ’ ବର୍ଗରେ ରହିବ ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୧୯୭ଟି ମେଢ଼କୁ ୧ କୋଟି ୪୭ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୭୫ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

‘ଗ’ ବର୍ଗ : ୫୦ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୬୭୩ଟି ମେଢ଼କୁ ୩ କୋଟି ୩୬ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯିବ। ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

ରାଜ୍ୟର ସମୁଦାୟ ୧ ହଜାର ୮୫ଟି ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories