www.samajalive.in
Sunday, December 7, 2025
14.1 C
Bhubaneswar

ପୂର୍ବ ପାକ୍‌ ଖେଳାଳି କହିଲେ- ଭାରତ ମୋ ପାଇଁ ମନ୍ଦିର, ଏହା ମୋର ମାତୃଭୂମି

ସମାଜ ଡିଜିଟାଲ ଡେସ୍କ: ସୀମା ବିବାଦଠାରୁ ଆରମ୍ଭ କରି ଖେଳପଡ଼ିଆରେ ବି ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି। ନିକଟରେ ଶେଷ ହୋଇଥିବା ଏସିଆ କପ ଟୁର୍ଣ୍ଣାମେଣ୍ଟରେ ‘ନୋ ହ୍ୟାଣ୍ଡସେକ୍‌’କୁ ନେଇ ବିବାଦ ଚର୍ଚ୍ଚାରେ ରହିଥିଲା। ତେବେ ଏଭଳି ସମୟରେ ଭାରତକୁ ନିଜର ମାତୃଭୂମି ବୋଲି କହିଛନ୍ତି ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର। ସେହି କ୍ରିକେଟର ଜଣକ ହେଉଛନ୍ତି, ଦାନିସ କାନେରିଆ।

କାନେରିଆ ଅନେକ ସମୟରେ ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସନ୍ତି। ସେ ଭାରତର ନାଗରିକତା ଗ୍ରହଣ କରିବାକୁ ଚାହୁଁଥିବା ନେଇ ନିକଟରେ ଖବର ପ୍ରକାଶ ପାଇଥିଲା, ଯାହାକୁ ସେ ଖଣ୍ଡନ କରିଥିଲେ। ଏପରି କି ସେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବି ସକାରାତ୍ମକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ।

- Advertisement -

ଦାନିସ କାନେରିଆ ପାକିସ୍ତାନ ଟିମ ପାଇଁ ଖେଳିଥିବା ୨ୟ ହିନ୍ଦୁ କ୍ରିକେଟର। ଏହା ପୂର୍ବରୁ ତାଙ୍କ ସମ୍ପର୍କୀୟ ଭାଇ ଅନିଲ ଦଲପନ ପାକିସ୍ତାନ ପାଇଁ ଖେଳିଥିଲେ। କାନେରିଆ କହିଛନ୍ତି, ପାକିସ୍ତାନ ପାଇଁ ଖେଳୁଥିବା ସମୟରେ କ୍ରିକେଟ ବୋର୍ଡ ଏବଂ ଅଧିକାରୀମାନଙ୍କ ସହିତ ତାଙ୍କର ମତଭେଦ ହୋଇଥିଲା। ପାକିସ୍ତାନ ତାଙ୍କର ଜନ୍ମଭୂମି, କିନ୍ତୁ ଭାରତ ତାଙ୍କ ପୂର୍ବଜଙ୍କ ମାଟି ହୋଇଥିବାରୁ ଏହା ତାଙ୍କର ମାତୃଭୂମି ବୋଲି କାନେରିଆ କହିଛନ୍ତି।


ସେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ନିକଟରେ ଅନେକ ଲୋକ ମୋତେ ପ୍ରଶ୍ନ କରିଛନ୍ତି ଯେ, ମୁଁ ପାକିସ୍ତାନ ପାଇଁ କାହିଁକି କିଛି ଲେଖୁନାହିଁ ? ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କାହିଁକି ମନ୍ତବ୍ୟ ଦେଉଛି ? କିଛି ଲୋକ ଏମିତି ବି ଅଭିଯୋଗ କରୁଛନ୍ତି ଯେ, ମୁଁ ଏସବୁ ଭାରତୀୟ ନାଗରିକତା ପାଇବାକୁ କରୁଛି। ତେଣୁ ସତ ସମସ୍ତଙ୍କ ସାମ୍ନାକୁ ଆଣିବା ଜରୁରୀ ଥିଲା। ବର୍ତ୍ତମାନ ସମୟ​‌ରେ ମୋର ଭାରତୀୟ ନାଗରିକତା ଗ୍ରହଣ କରିବାର ଉଦ୍ଦେଶ୍ୟ ନାହିଁ।’

ସେ ଆହୁରି ଲେଖିଛନ୍ତି, ମୋ ପାଇଁ ଭାରତ ମନ୍ଦିର ପରି। ପାକିସ୍ତାନ ମୋର ଜନ୍ମଭୂମି, କିନ୍ତୁ ଭାରତ ମୋର ମାତୃଭୂମି। ମୁଁ ସର୍ବଦା ଧର୍ମ ଏବଂ ସତ୍ୟର ସମର୍ଥନ କରିବି। ଯେଉଁମାନେ ସମାଜକୁ ଖଣ୍ଡବିଖଣ୍ଡିତ କରିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି, ମୁଁ ସର୍ବଦା ସେମାନଙ୍କର ପର୍ଦ୍ଦାଫାଶ କରୁଥିବି। ଶେଷରେ ସେ ‘ଜୟ ଶ୍ରୀରାମ ଲେଖି’ ପୋଷ୍ଟ ଶେଷ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories