www.samajalive.in
Friday, December 5, 2025
23.1 C
Bhubaneswar

ରାହୁଲଙ୍କ ଚତୁଃରାଷ୍ଟ୍ରୀୟ ଗସ୍ତ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦକ୍ଷିଣ ଆମେରିକାର ଚାରି ଦେଶକୁ ଗସ୍ତ କରିଛନ୍ତି। ଏହି ସମୟରେ କିଛି ନେତା ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ତାଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ମିଡିଆ ବିଭାଗ ପ୍ରଭାରୀ ପବନ ଖେଡ଼ା ରାହୁଲଙ୍କ ଏହି ଗସ୍ତ ନେଇ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ରାହୁଲ ବ୍ରାଜିଲ ଓ କଲମ୍ବିଆରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ। ଏହା ସହ କିଛି ଦେଶର ରାଷ୍ଟ୍ରପତି ଓ ବରିଷ୍ଠ ନେତାଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ସମୟରେ ରାହୁଲ ଆମେରିକା ଶୁଳ୍କ ବୃଦ୍ଧି ମାମଲାରେ ମଧ୍ୟ ଅନ୍ୟ ଦେଶର ନେତାଙ୍କ ସହିତ ବିଚାର ବିମର୍ଶ କରିବେ। ରାହୁଲଙ୍କ ଏହି ଯାତ୍ରା ଭାରତର ପରମ୍ପରାକୁ ଆଗକୁ ବଢାଇବା ସହିତ ବ୍ୟାପାର କ୍ଷେତ୍ରରେ ଆଦାନ-ପ୍ରଦାନର ନୂଆ ରାସ୍ତା ଖୋଜିବ ବୋଲି କଂଗ୍ରେସ କହିଛି। ତେବେ କେତେ ଦିନ ପାଇଁ ରାହୁଲଙ୍କ ଏହି ଯାତ୍ରା ରହିବ ଏବଂ କେଉଁ ତାରିଖରେ ସେ କେଉଁ ଦେଶ ଗସ୍ତ କରିବେ ସେନେଇ ଦଳ ତରଫରୁ କୌଣସି ସୂଚନା ମିଳିନି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories