www.samajalive.in
Friday, December 5, 2025
26.1 C
Bhubaneswar

ଦାଦାର ଠେଙ୍ଗା ମାଡ଼ରେ ପୁତୁରା ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ କଞ୍ଜିନି ଗାଁରେ ଦାଦାର ଠେଙ୍ଗା ମାଡରେ ପୁତୁରାର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଶୁକ୍ରବାର ରାତିରେ ପ୍ରଦୀପ ଦାସଙ୍କ ପୁଅ ସୁଦର୍ଶନ ଦାସ୍‌ (୩୮) ଦାଦା ବସନ୍ତ ଦାସଙ୍କ ପାଇଁ ଖାଇବା ନେଇ ଯାଉଥିଲେ। ଦାଦା ମାନସିକ ରୋଗ ରେ ଥିବା ବେଳେ ସେ ଘରକୁ ନ ଆସି ଗାଁ ପାଖ ମସାଣି ଘରେ ରହୁଥିଲେ। ପ୍ରତ୍ୟେକ ଦିନ ପୁତୁରା ତାଙ୍କ ପାଇଁ ଘରୁ ଖାଇବା ନେଇ ଯାଇଥାନ୍ତି। ପୁତୁରା ଘରକୁ ନ ଫେରିବାରୁ ସୁଦର୍ଶନ ଙ୍କ ସ୍ତ୍ରୀ ସକାଳେ ଖୋଜିବାକୁ ଯାଇଥିବାବେଳେ ସୁଦର୍ଶନ ଙ୍କ ମୃତଦେହ ପଡ଼ିଥିବା ଦେଖି ଘର ଲୋକ ଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ବନ୍ତଳା ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories