www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ଯୁବ ଭୂବୈଜ୍ଞାନିକ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ

ପାଟଣା: କେନ୍ଦୁଝର ଜିଲାର ୨ଜଣ ଯୁବ ବୈଜ୍ଞାନିକ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଜାତୀୟ ଭୂବୈଜ୍ଞାନିକ ସମ୍ମାନରେ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୂବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି। ଏହି ଉତ୍ସବରେ କେନ୍ଦ୍ରଖଣି ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଉପସ୍ଥିତି ଥିଲେ । ଶ୍ରଦ୍ଧାଞ୍ଜଳି ପାଟଣା ବ୍ଲକ ସ୍ୱାମ ଶାସନର ଜଣାଶୁଣା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ଦ୍ୱିବେଦୀ ଓ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ କୁମୁଦିନୀ କରଙ୍କ ଝିଅ। ଶ୍ରଦ୍ଧାଞ୍ଜଳି ବର୍ତ୍ତମାନ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓଡ଼ିଶାର ଡାଇରେକ୍ଟର ଭାବେ ଭୁବନେଶ୍ୱରଠାରେ କାର୍ଯ୍ୟରତ ଅଛନ୍ତି।
ରାଇସୁଆଁ ଗୋପୀନାଥ ପୁରରେ ସେ ବିବାହ କରିଥିବା ବେଳେ ତାଙ୍କ ସ୍ଵାମୀ ଶିବଦତ୍ତ ମହାପାତ୍ର ପେଟ୍ରୋଲିୟମ ଜିଓଲୋଜିଷ୍ଟ ଭାବେ କାର‌୍ୟ୍ୟ କରୁଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ କେନ୍ଦୁଝର ଏମପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ରର ନାୟକ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ପାଟଣା ବ୍ଲକ୍ ଅଧକ୍ଷ ଈଂ ବିଦ୍ୟାଧର ଦାଶ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ଶିଳ୍ପପତି ବିବେକା ନନ୍ଦ ଦାଶ, କେନ୍ଦୁଝର ଏମପିଙ୍କ ବ୍ଲକ୍ ପ୍ରତିନିଧି ପ୍ରହଲ୍ଲାଦ ପଲେଇ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ସେହିପରି ବାରିଆ ଗ୍ରାମର କଳାକର ମହାନ୍ତ ଓ ନର୍ମଦା ମହାନ୍ତଙ୍କ ପୁତ୍ର ହରମନ ମହାନ୍ତ ବର୍ତ୍ତମାନ ସିନିଅର ଜିଓଲୋଜିଷ୍ଟ ଭାବେ ଜି ଏସ ଆଇ ଭୁବନେଶ୍ୱର ଠାରେ କାର୍ଯ୍ୟରତ । ମୟୁରଭଞ୍ଜ ଜିଲ୍ଲାରେ ତମ୍ବା ଆବିଷ୍କାର ନିମନ୍ତେ ହରମନ ଏହି ସମ୍ମାନ ପାଇଛନ୍ତି। କେନ୍ଦୁଝର ଜିଲ୍ଲାର ଗର୍ବ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ କରିଥିବାରୁ ଏହି ଦୁଇଜଣ ବୈଜ୍ଞାନିକଙ୍କୁ ବିଭିନ୍ନ ମହଲ ରୁ ଶୁଭେଛା ଜଣାଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories