www.samajalive.in
Saturday, December 13, 2025
26.1 C
Bhubaneswar

ଜାତିସଂଘରେ ଇଂଲିଶରେ ଭାଷଣ ଦେଇ ଅପଦସ୍ତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ ପୂରା ଘଟଣା

ସମାଜ ଡିଜିଟାଲ ଡେସ୍କ: ଭାରତକୁ ଅନେକ ସମୟରେ ଧମକ ଦେଇଆସୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଜାତିସଂଘରେ ଶୁକ୍ରବାର ଅପଦସ୍ତ ହୋଇଛନ୍ତି। ଇଂଲିଶରେ ଭାଷଣ ଦେବା ସମୟରେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। କାରଣ ଭାଷଣ ଦେବା ବେଳେ ସେ ଅନେକ ସରଳ ଇଂଲିଶ ଶବ୍ଦ ଉଚ୍ଚାରଣ କରିବାରେ ବାରମ୍ବାର ବିଫଳ ହୋଇଛନ୍ତି।

ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ଏଆଇ ଇନୋଭେସନ ଡାଏଲଗ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଭାଷଣ ଦେଇଥିଲେ। ତେବେ ଭାଷଣ ଦେବା ସମୟରେ ତାଙ୍କୁ ଅନେକ ଥର ଅଟକିବାକୁ ପଡ଼ୁଥିଲା। କାରଣ ଥିବା କିଛି ଶବ୍ଦର ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ। ପ୍ରାୟ ୭ ଥର ସେ ତ୍ରୁଟିପୂର୍ଣ୍ଣ ଶବ୍ଦ ଉଚ୍ଚାରଣ କରିଥିଲେ।

- Advertisement -

ଭାଷଣ ଆରମ୍ଭରୁ ସେ ଏକ ଜାଗାରେ ବ୍ରେଥଟେକିଂ ସ୍ପେଶ ବୋଲି ଉଚ୍ଚାରଣ କରିଥିଲେ। ମାତ୍ର ତୁରନ୍ତ ତାହାକୁ ସୁଧାରି ବ୍ରେଥଟେକିଂ ପେସ୍ ବୋଲି କହିଥିଲେ। ସେହିପରି ରିସ୍କ(risk) ବଦଳରେ ରିକ୍ସ(riks) କହିଥିଲେ। ଏହାବ୍ୟତୀତ ଡେଭଲପମେଣ୍ଟ(development)କୁ ଡେଭଲପେଣ୍ଡ(developend) ବୋଲି ଉଚ୍ଚାରଣ କରିଥିଲେ। ସେହିପରି ଇନଷ୍ଟାବିଲିଟି(instability) ଏବଂ ଟେକ୍ନୋଲୋଜିକାଲ ଡିସ୍ପାରିଟିଜ(technological disparities) ଶବ୍ଦ ବି କହିପାରି ନ ଥିଲେ।

ଏଆଇ ଜଡ଼ିତ ଆହ୍ବାନର ୬ ସ୍ତମ୍ଭ(six pillars) କହିବା ସମୟରେ ସିକ୍ସ ପିପ୍‌-ପିଲାର୍ସ(six pip-pillars) ବୋଲି କହିଥିଲେ। ସେହିପରି ଫର୍ଷ୍ଟ ଟାଇମ(first time)କୁ ଫର୍ଷ୍ଟ ସର୍ଷ୍ଟ(first sirst) କହିଥିଲେ।

ଆସିଫଙ୍କ ଏହି ତ୍ରୁଟିପୂର୍ଣ୍ଣ ଭାଷଣର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ, ଅପରେସନ ସିନ୍ଦୂର ତାଙ୍କୁ ଦୋହଲାଇ ଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories