www.samajalive.in
Saturday, December 13, 2025
26.1 C
Bhubaneswar

କାଇନାଟିକ୍ ଗ୍ରୀନ୍ ଆଣିଲା ଲୁନା ପ୍ରାଇମ୍, ୧୦ ପଇସା ଖର୍ଚ୍ଚରେ ଯିବ ୧ କିଲୋମିଟର

ଭୁବନେଶ୍ବର, ୨୫ା୯: କାଇନାଟିକ୍ ଗ୍ରୀନ୍ ଏନର୍ଜି ଏଣ୍ଡ୍ ପାୱର ସଲ୍ୟୁସନ୍ ଲିମିଟେଡ୍ ଭାରତରେ ନିଜର ଇଲେକ୍ଟ୍ରିକ୍ ମୋଟର ସାଇକଲ ଇ-ଲୁନା ପ୍ରାଇମ୍ ଲଞ୍ଚ କରିଛି। ଏହି ନୂଆ ମଡେଲ ଇ-ଲୁନାଠୁ ସାମାନ୍ୟ ବଡ ସହ ଅଧିକ ଆକର୍ଷକ ମଧ୍ୟ ଲାଗୁଛି। ଏଥିରେ ୧୬ ଇଞ୍ଚର ଆଲୟ ହ୍ବିଲ, ଏଲଇଡି ହେଡଲ୍ୟାମ୍ପ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ଟ୍ୟୁବଲେସ୍ ଟାୟାର ମିଳୁଛି। ୧ କିଲୋମିଟର ଯାତ୍ରା ପାଇଁ ଏଥିରେ ମାତ୍ର ୧୦ ପଇସା ଖର୍ଚ୍ଚ ହେବ ବୋଲି କମ୍ପାନୀ ସୂଚନା ଦେଇଛି।

ଇ ଲୁନା ପ୍ରାଇମକୁ ୨ଟି ଭାରିଆଣ୍ଟ ଓ ୬ ପ୍ରକାର ରଙ୍ଗର ବିକଳ୍ପ ସହିତ ଲଞ୍ଚ୍ କରାଯାଇଛି। ଏହାର ରେଞ୍ଜ ଯଥାକ୍ରମେ ୧୧୦ କିଲୋମିଟର ଏବଂ ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିବ। ପେଟ୍ରୋଲ ଗାଡିରେ ମାସିକ ୭,୫୦୦ ଖର୍ଚ୍ଚ ହେଉଥିବାବେଳେ ଏଥିରେ ମାତ୍ର ୨,୫୦୦ ଟଙ୍କା ଖର୍ଚ୍ଚ ହେବ ବୋଲି କମ୍ପାନୀ ଦାବି କରିଛି। ଅର୍ଥାତ ବାର୍ଷିକ ଏଥିରେ ୬୦ ହଜାର ଟଙ୍କା ସଞ୍ଚୟ କରିପାରିବେ ଚାଳକ। କାଇନାଟିକ୍ ଗ୍ରୀନର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଲଜ୍ଜା ଫିରୋଦିଆ କହିଛନ୍ତି କି ଦେଶର ପ୍ରାୟ ୭୫ କୋଟି ଲୋକଙ୍କ ପାଖରେ ଦୁଇଚକିଆ ନାହିଁ। ସେମାନଙ୍କୁ ନଜରରେ ରଖି ଏହି ମୋଟର ସାଇକଲ ଆଣିଛି କମ୍ପାନୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories