www.samajalive.in
Saturday, December 13, 2025
26.1 C
Bhubaneswar

ବାଲିଯାତ୍ରା: କାଲିଠୁ ପ୍ଲଟ ପାଇଁ ଆବେଦନ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୬ରୁ ପ୍ଲଟ ଲାଗି ଆବେଦନ ଆରମ୍ଭ ହେବ। ଏ ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲାପାଳ।

ପ୍ରଶାସନ ପକ୍ଷରୁ ଆୟୋଜିତ ବାଲିଯାତ୍ରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏଡିଏମ କହିଛନ୍ତି ଯେ, ଚଳିତବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନାହିଁ। ପ୍ଲଟ ପାଇଁ ଆବେଦନକାରୀମାନେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ କରିବା ସହିତ ସେହିଠାରେ ଦାଖଲ ବି କରିପାରିବେ। କାଲିଠାରୁ ଅକ୍ଟୋବର ୯ ତାରିଖ ମଧ୍ୟରେ ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ। ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ଜରିଆରେ ତାହାକୁ ଆବଣ୍ଟନ କରାଯିବ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories