www.samajalive.in
Friday, December 5, 2025
27.1 C
Bhubaneswar

ଚିନ୍ତାକଳ୍ପ : ମହାର୍ଘ ସମ୍ପଦ

ଜୀବନକୁ ବିଳାସବ୍ୟସନ ଭିତରେ ଉପଭୋଗ କରିହୁଏ ସତ, ମାତ୍ର ଏହା ଅନ୍ତଃସୌନ୍ଦର୍ଯ୍ୟ ପରିପ୍ରକାଶରେ ସହାୟକ ହୋଇନଥାଏ ଆଦୌ। ସୁଗନ୍ଧ ନ ଥିଲେ ଯେପରି ପୁଷ୍ପର ସୌନ୍ଦର୍ଯ୍ୟ ଜଣା ପଡ଼େ ନାହିଁ, ସେହିପରି ସଦ୍‌ଗୁଣ ନଥିଲେ ମନୁଷ୍ୟର ଅନ୍ତଃସୌନ୍ଦର୍ଯ୍ୟ ପ୍ରକଟିତ ହୁଏନାହିଁ। ଶାଶ୍ବତ ଶାନ୍ତି ଧନ, କ୍ଷମତାଦି ତଥାକଥିତ ପାର୍ଥିବ ସମ୍ପଦରୁ ମିଳିନଥାଏ। ଏହାର ପ୍ରାପ୍ତି ମାର୍ଗ ଭିନ୍ନ। ଏହି ଭିନ୍ନ ମାର୍ଗର ସନ୍ଧାନ ଯେଉଁମାନେ ପାଇଥାନ୍ତି ସେମାନେ ସଂସାରର ମାୟାଜାଲରେ ଛନ୍ଦି ହେବାକୁ ଇଚ୍ଛା କରି ନଥାନ୍ତି। ହିମାଳୟର ପାଦଦେଶରେ ତପସ୍ୟାରତ ଜଣେ ସାଧୁଙ୍କୁ ଦେଖି ନରପତିଙ୍କର ମନରେ ଦୟା ଆସିଲା। ଶୀତକାଳରେ ଫୁଙ୍ଗୁଳା ଦେହରେ ଶିଳାଖଣ୍ଡ ଉପରେ ସାଧୁ ଉପବେଶନ କରିଥାନ୍ତି। ସାଧୁଙ୍କୁ କିଛି ସହାୟତା ଯୋଗାଇଦେବା ଆଶାରେ ରାଜା ତାଙ୍କ ନିକଟକୁ ଯାଇଥିଲେ। ଧ୍ୟାନଭଗ୍ନ ହେବାପରେ ନିଜ ପରିଚୟ ଦେଇ ନମ୍ର ଭାବରେ କହିଥିଲେ- ‘ମହାଭାଗ! ଆପଣଙ୍କୁ ଅଧମ କିଛି ସହାୟତା କରିବାକୁ ଚାହୁଁଛି। ଆଦେଶ ଦେ​‌େ​‌ଲ ତାହା ଉପହାର ଭାବରେ ପ୍ରଦାନ କରନ୍ତି।’

ତପସ୍ବୀ ହସିହସି କହିଥିଲେ- ‘ତୁମର ସେହି ଉପହାର ମୋତେ କି ସୁଖ ଦେବ? ମୋର ମନର ରାଜ୍ୟ ଆପଣଙ୍କ ତଥାକଥିତ ଉପହାର ଠାରୁ ଢ଼େର ବଡ଼। ମୁଁ ଆପଣା ସିଦ୍ଧି ପ୍ରଭାବ​‌େ​‌ର ପର୍ବତକୁ ମଧ୍ୟ ସୁନା କରିଦେଇପାରେ। ଆପଣଙ୍କଠାରୁ ଉପହାର କାହିଁକି ଗ୍ରହଣ କରିବି?’ ରାଜା ଫେରି ଆସିଥିଲେ। ହେଲେ ମନ ଭିତରେ ଅହରହ ପ୍ରତିବିମ୍ବିତ ହେଉଥିଲା ସେଇ ଗୋଟିଏ କଥା- ‘ମୁଁ ସିଦ୍ଧି ପ୍ରଭାବରେ ପର୍ବତକୁ ମଧ୍ୟ ସୁନା କରିଦେଇ ପାରିବି।’ ଏହାର ଆକର୍ଷଣକୁ ଏଡ଼ି ନ ପାରି ଦିନେ ତପସ୍ବୀଙ୍କୁ ପୁନଃ ଭେଟି ନିଜ ମନକଥା କହିଥିଲେ। ତପସ୍ବୀ ହସିହସି କହିଥିଲେ ‘ଏତେ ସୁନା ନେଇ କରିବେ କ’ଣ?’ ‘ଏକ ବିଶାଳ ସେନା ଗଢ଼ିବି। ସେହି ସେନା ବଳରେ ଅନ୍ୟ ରାଜ୍ୟ ଜୟ କରି ବିରାଟ ସାମ୍ରାଜ୍ୟର ଅଧୀଶ୍ବର ହେବି-’ କହିଥିଲେ ରାଜା। ‘ଠିକ୍‌ ଅଛି, ହେଲେ ଏ ନିମନ୍ତେ ତୁମକୁ ଏକ ସର୍ତ୍ତ ପାଳନ କରିବାକୁ ପଡ଼ିବ।’ ‘କି ସର୍ତ୍ତ କୁହନ୍ତୁ’- ରାଜାଙ୍କ ଏହି ପ୍ରଶ୍ନରେ ତପସ୍ବୀ କହିଥିଲେ – ‘ଆଜିଠାରୁ ଦୁଇମାସ ପ୍ରତ୍ୟହ ଆପଣଙ୍କୁ ଆଶ୍ରମ ଆସିବାକୁ ପଡ଼ିବ।’ ଦେଖୁଦେଖୁ ଦୁଇମାସ ବିତିଗଲା। ଅବଧି ପୂର୍ଣ୍ଣ ହେବାପରେ ତପସ୍ବୀ ରାଜାଙ୍କୁ କହିଥିଲେ,- ‘ଏବେ କେତେ ପରିମାଣର ସୁନା ଆବଶ୍ୟକ କରୁଛନ୍ତି?’ ରାଜା ନିରୁତ୍ତର ରହି ଆସନ୍ତା କାଲି କହିବି ବୋଲି ତପସ୍ବୀଙ୍କୁ ଉତ୍ତର ଦେଇ ଚାଲିଯାଇଥିଲେ। ପରିଦିନ ତପସ୍ବୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଏକ ଅଦ୍ଭୁତ ବେଶରେ ତାଙ୍କ ନିକଟକୁ ଆସିଥିଲେ- କୌପୀନଧାରୀ ସନ୍ଥ ବେଶରେ; ଠିକ୍‌ ତପସ୍ବୀଙ୍କ ପରିଧାନ ସଦୃଶ। ତପସ୍ବୀଙ୍କ ପ୍ରଶ୍ନରେ ରାଜା କହିଥିଲେ- ‘ମହାଭାଗ,! ମୁଁ ଆପଣଙ୍କ ନିକଟକୁ ଆସିଲାବେଳେ ଚାହିଁଥିଲି ଏକ ବିଶାଳ ସାମ୍ରାଜ୍ୟର ଅଧୀଶ୍ବର ହେବାକୁ। ଏବେ ଅନୁଭବ କରୁଛି, ସେ ସାମ୍ରାଜ୍ୟ, ସକଳ ସମ୍ପଦ ଆଧ୍ୟାତ୍ମିକ ସମ୍ପଦ ତୁଳନାରେ ଅତି ତୁଚ୍ଛ। ତାହା କେବେ ମାନସିକ ଶାନ୍ତି ଦେଇ ନପାରେ ବରଂ ଜ୍ବାଳାମୁଖୀ ଭଳି ଅହରହ ଜଳାଉଥିବ।’

- Advertisement -

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories