www.samajalive.in
Friday, December 5, 2025
23.1 C
Bhubaneswar

ଔଦ୍ଧତ୍ୟ ଆଚରଣ ମହଙ୍ଗା ପଡିବ: ହାରିସ୍‍ ରୌଫ୍‍ ଓ ସାହିବଜାଦା ଫରହାନଙ୍କ ନାଁରେ ଆଇସିସିରେ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ:  ପାକିସ୍ତାନ ଖେଳାଳିଙ୍କୁ ମହଙ୍ଗା ପଡିବା ଗନ୍‍ ଫାୟାର ସେଲିବ୍ରେସନ୍‍ । କ୍ରିକେଟ ମଇଦାନରେ  ପାକ୍‍ ଖେଳାଳିଙ୍କ ଔଦ୍ଧତ୍ୟ ଆଚରଣ ବିରୋଧରେ  ଆଇସିସି ନିକଟରେ ଫେରାଦ ହୋଇଛି ବିସିସିଆଇ । ପାକିସ୍ତାନୀ କ୍ରିକେଟର ହାରିସ୍‍ ରୌଫ୍‍ ଓ ସାହିଦଜାଦା ଫରହାନଙ୍କ ନାଁରେ ଆଇସିସିରେ ଅଭିଯୋଗ କରିଛି ବିସିସିଆଇ । ଏହି ଦୁଇ ଜଣ ଖେଳାଳି ପଡିଆରେ ଭାରତୀୟ ଖେଳାଳିଙ୍କୁ ଉସୁକାଇବା ଭଳି ଆଚରଣ କରିଥିଲେ । ବିସିସିଆଇର ଅଭିଯୋଗ ପରେ ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି ।
୨୦୨୫ ଏସିଆ କପରେ ଦୁଇ ଥର ପାକିସ୍ତାନକୁ ପରାସ୍ତ କରିଛନ୍ତି ଭାରତୀୟ ଦଳ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉଭୟ ମ୍ୟାଚରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ମ୍ୟାଚ୍‍ ପରେ ଟିମ୍‍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିବାରୁ ପ୍ରଥମ ମ୍ୟାଚ ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଏପରିକି ପାକିସ୍ତାନ ମ୍ୟାଚ୍‍ ରେଫରି ଆଣ୍ଡ ପାଇକ୍ରଫ୍ଟଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଥିଲା, ଯାହାକୁ ଆଇସିସି ଖାରଜ କରି ଦେଇଥିଲା ।
ସୁପର-୪ ମ୍ୟାଚରେ ପାକିସ୍ତାନୀ ଖେଳାଳିମାନେ ଲଜ୍ଜାଜନକ ଆଚରଣ ପ୍ରଦର୍ଶନ କରିଥିଲେ । ଭାରତୀୟ ଖେଳାଳିଙ୍କୁ ଉସୁକାଇବା ସହ ଅର୍ଦ୍ଧଶତକ ହାସଲ ପରେ ପାକ୍‍ ଖେଳାଳି ବ୍ୟାଟ୍‍ କୁ ଏକେ-୪୭ଭଳି ଦେଖାଇ ସେଲିବ୍ରେସନ କରିଥିଲେ ।  ଯାହା ଭାରତୀୟ ପ୍ରଶଂସକଙ୍କୁ କ୍ରୋଧିତ କରିଥିଲା । ବିସିସିଆଇ ଏବେ ଏସମ୍ପର୍କରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ସୁପର-୪ରେ ଭାରତ ଠାରୁ ପାକିସ୍ତାନ ପରାସ୍ତ ହୋଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories