www.samajalive.in
Monday, December 8, 2025
13.1 C
Bhubaneswar

ସ୍ଥଳଭାଗ ଛୁଇଁଲା ମହାବାତ୍ୟା ‘ରାଗାସା’; ତାଇୱାନରେ ୧୭ ମୃତ

ବେଜିଂ: ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ମହାବାତ୍ୟା ‘ରାଗାସା’ ବୁଧବାର ସନ୍ଧ୍ୟାରେ ଚୀନ ଉପକୂଳ ଛୁଇଁଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୪୧ କିମି ରହିଛି। ଚୀନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ସମୟ ଅପରାହ୍ଣ ୫ଟାରେ ଏହା ଗୁୱାଙ୍ଗଡଙ୍ଗ ପ୍ରଦେଶର ହେଲିଂ ଦ୍ବୀପ ନିକଟରେ ସ୍ଥଳଭାଗ ଛୁଇଁଛି। ମହାବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ବହିବା ଆରମ୍ଭ କରିଛି। ପବନର ବେଗ ଘଣ୍ଟାପ୍ରତି ୨୪୧ କିମିକୁ ବୃଦ୍ଧି ପାଇବାର ଅନୁମାନ କରାଯାଇଛି। ଚୀନର ଦକ୍ଷିଣ-ପୂର୍ବ ଗୁୱାଙ୍ଗଡଙ୍ଗ ପ୍ରଦେଶରେ ଏହା ଲ୍ୟାଣ୍ଡଫଲ କରିବା ପୂର୍ବରୁ ତାଇୱାନାରେ ଏହା ବ୍ୟାପକ କ୍ଷତି ଘଟାଇଛି। ‘ରାଗାସା’ ପ୍ରଭାବରେ ତାଇୱାନରେ ୧୭ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୩୦ଜଣ ନିଖୋଜ ହୋଇଛନ୍ତି। ରାଗାସା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଦକ୍ଷିଣ ଚୀନରେ ୨୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି। ବର୍ଷା ଓ ପବନ ସମୟରେ ମାଟି ଅତଡା ଧସିବା ଆଶଙ୍କା ପରି ଗୁୱାଙ୍ଗଡଙ୍ଗ ପ୍ରଦେଶ ପାଇଁ ରେଡ ଆଲଟ୍ ଜାରି କରାଯାଇଛି।

ମହାବାତ୍ୟାର ଲ୍ୟାଣ୍ଡଫଲ ଯୋଗୁଁ ଚୀନର ଝୁହାଇ, ସେନଝେନ ଓ ଗୁଆଙ୍ଗଝୌ ସହର ବ୍ୟାପକ ପ୍ରଭାବିତ ହୋଇଛି। ମହାବାତ୍ୟା ଚୀନ ସମେତ ଅନେକ ଦେଶକୁ ପ୍ରଭାବିତ କରିଛି। ତାଇୱାନରେ କ୍ଷତି ଘଟାଇବା ପୂର୍ବରୁ ଏହା ଫିଲିପାଇନ୍ସରେ ମଧ୍ୟ ତାଣ୍ଡବ ରଚିଥିଲା। ଫିଲିପାଇନ୍ସରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଫିଲିପାଇନ୍ସରେ ବିମାନ ସେବା ବାଧାପ୍ରାପ୍ତ ହୋଇଥିବାବେଳେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରାଗାସାକୁ ୫ନମ୍ବର ବାତ୍ୟାର ମାନ୍ୟତା ଦିଆଯାଇଛି। ଏହା ଚଳିତବର୍ଷ ବିଶ୍ବର ସବୁଠାରୁ ବଡ ବାତ୍ୟା। ଏହା କିଛି ଦିନ ଧରି ଦକ୍ଷିଣ ଚୀନ ସାଗରକୁ ଅଶାନ୍ତ କରି ରଖିଛି। ଏହାଦ୍ବାରା ଚୀନ ସମେତ ୫ଟି ଦେଶ ପ୍ରଭାବିତ ହୋଇଛନ୍ତି। ଫିଲିପାଇନ୍ସର ଭାଷା ଅନୁଯାୟୀ ରାଗାସାର ଅର୍ଥ ତୀବ୍ରଗତି। ଚଳିତବର୍ଷ ଫିଲିପାଇନ୍ସକୁ ଏହା ୧୪ଟି ବାତ୍ୟା ପ୍ରଭାବିତ କରିଲାଣି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories