www.samajalive.in
Saturday, December 13, 2025
26.1 C
Bhubaneswar

ଏସିଆ କପ୍‌ କ୍ରିକେଟ୍‌ – ଶ୍ରୀଲଙ୍କାକୁ ୫ ଓ୍ୱିକେଟ୍‌ରେ ହରାଇଲା ପାକିସ୍ତାନ

ଦୁବଇ- ଏସିଆ କପ୍‌ କ୍ରିକେଟର ସୁପର ୪ ମୁକାବିଲା ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟ ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୩୩ ରନ୍‌ କରିଥିଲା । ୧୮ ଓଭର୍‌ରେ ପାକିସ୍ତାନ ୫ ଓ୍ୱିକେଟ୍‌ ବିନିମୟରେ ୧୩୮ ରନ୍‌ କରି ବିଜୟୀ ହୋଇଛି ।ପାକିସ୍ତାନର ମହମ୍ମଦ ନବାଜ ସର୍ବାଧିକ ୩୮ ରନ୍‌ କରିଥିଲେ । ହୁସେନ୍‌ ତଲତଙ୍କ ସହ ମିଶି ବ୍ୟାଟିଂ କରି ସେ ଟିମ୍‌କୁ ବିଜୟୀ କରିଥିଲେ । ହୁସେନ୍‌ ନଟ୍‌ ଆଉଟ୍‌ ରହି ୩୨ ରନ୍‌ କରିଛନ୍ତି ।

ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ଦୁର୍ବଳ ରହିଥିଲା । ମାତ୍ର ମଧ୍ୟ ଭାଗର ଖେଳାଳୀ କାମିନ୍ଦୁ ମେଣ୍ଡିସ୍‌ ଅର୍ଦ୍ଧଶତକ କରି ଦଳର ସ୍ଥିତି ଭଲ କରିଥିଲେ । ସେ ୪୪ ବଲ୍‌ରେ ୫୦ ରନ୍‌ କରିଥିଲେ । ୨୦ ଓଭର୍‌ରେ ଶ୍ରୀଲଙ୍କା ୮ ୱିକେଟ୍‌ ହରାଇ ୧୩୩ ରନ୍‌ କରିଛି ।

- Advertisement -

ପାକିସ୍ତାନର ଶାହିନ ଆଫ୍ରିଦ୍‌ ୩ଟି ଓ୍ୱିକେଟ୍‌ ନେଇଥିବା ବେଳେ ହରିଶ୍‌ ରଫ୍‌ ଓବଂ ହୁସେନ୍‌ ଦୁଇଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories