www.samajalive.in
Saturday, December 13, 2025
26.1 C
Bhubaneswar

ଜୁବୀନଙ୍କ ମୃତ୍ୟୁରେ ୩ ଦିନିଆ ଶୋକ ପାଳିବ ଆସାମ

ସମାଜ ଡିଜିଟାଲ ଡେସ୍କ: ପ୍ରସିଦ୍ଧ ବଲିଉଡ ଗାୟକ ଜୁବୀନ ଗର୍ଗଙ୍କ ଅକାଳ ବିୟୋଗକୁ ନେଇ ଦେଶର ସଙ୍ଗୀତପ୍ରେମୀମା​‌ନେ ସ୍ତବ୍ଧ ହୋଇପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜୁବୀନଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଆସାମ ସରକାର ରାଜ୍ୟରେ ତିନି ଦିନ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି। ୫୨ ବର୍ଷୀୟ ଜୁବୀନ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ବ୍ୟକ୍ତିଗତ ଭାବେ ଏହି ଘଟଣା ଉପରେ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ୍ସରେ ଏକ ପୋଷ୍ଟରେ କୁହାଯାଇଛି ଯେ, ସେପ୍ଟେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ଓ ଉତ୍ସବ ବନ୍ଦ ରହିବ। ସେବା ସପ୍ତାହ ସମୟରେ ଜରୁରିକାଳୀନ ସେବା ଜାରି ରହିବ ବୋଲି କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories