www.samajalive.in
Saturday, December 13, 2025
26.1 C
Bhubaneswar

ରନ୍ଧା ଝିଙ୍କ ମାଂସ ଜବତ, ୨ ଗିରଫ

ରଣପୁରଗଡ: ନୟାଗଡ଼ ଜିଲ୍ଲା ଖେ।ର୍ଦ୍ଧା ବନଖଣ୍ଡ ଅଧୀନ ବନତଳି ଅଞ୍ଚଳରେ ବନ୍ୟଜନ୍ତୁ ମାଂସ ଲୋଭୀ ଶିକାରୀମାନେ ମାତିଛନ୍ତି। ଜଙ୍ଗଲ ତଳି ଅଞ୍ଚଳରେ ଧାନ ଥେ।ଡ ଖାଇବାକୁ ଜଙ୍ଗଲ ଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି। ମାଂସ ଲୋଭୀ ଶିକାରୀମାନେ ଜାଲ ବିଛାଇ ଫାସ ବସାଇ ଶିକାର କରି ଚାଲିଛନ୍ତି। ଗୁରୁବାର ଝିଙ୍କକୁ ମାରି ତା’ ମାଂସକୁ ରାନ୍ଧି ଖାଉଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ। ଏହା ସହିତ ରନ୍ଧା ମାଂସ ଜବତ ହୋଇଥିବା ଡେପୁଟି ବନାଞ୍ଚଳ ଅଧିକାରୀ ସିଦ୍ଧୁ ସିଂହଙ୍କଠାରୁ ସୂଚନା ମିଳିଛି।

ମହତପଲ୍ଲା ପଞ୍ଚାୟତ ମାନପୁରରେ ସେପ୍ଟେମ୍ବର ୧୭ରେ ଝିଙ୍କ ଶିକାର ହେ।ଇଥିବା ନେଇ ବନାଞ୍ଚଳ ଅଧିକାରୀ ସିଂହ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲେ। ଏହା ପରେ ସିଂହ ସଦଳବଳ ଅପରାହ୍ନ ୪ଟା ସମୟରେ ସେଠାରେ ଚଢାଉ କରି ଝିଙ୍କ ଶିକାର ଅଭିଯୋଗରେ ଆନନ୍ଦ ଜେନା ଓ ଜଳନ୍ଧର ଜେନାଙ୍କୁ ଗିରଫ କରିବା ସହ ଚାରି କେଜି ରନ୍ଧା ଝିଙ୍କ ମାଂସ, ଓଜନ କଣ୍ଟା ଓ ଫାସ ଜବତ କରିଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ ଫେରାର ହେଇଥିବା ଜଣାପଡିଛି। ଗିରଫ ୨ ଅଭିଯୁକ୍ତଙ୍କୁ କେ।ର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories