www.samajalive.in
Thursday, December 11, 2025
18.1 C
Bhubaneswar

ଦିଶା ପଟାନିଙ୍କ ଘରକୁ ଗୁଳି କରିଥିଲେ – ପୁଲିସ ଗୁଳିରେ ମଲେ

ନୂଆଦିଲ୍ଲୀ- ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଡ଼ିତ ଦୁଇ ଅପରାଧି ନିହତ । ବୁଧବାର ଗାଜିଆବାଦର ଟ୍ରୋନିକା ସିଟିରେ ଏକ ଏନକାଉଣ୍ଟରରେ ଏହି ଦୁଇ ଅପରାଧି ନିହତ ହୋଇଥିବା ସୂଚନା ମିଳିଛି ।  ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), ଦିଲ୍ଲୀ ପୁଲିସ କ୍ରାଇମ ଇଣ୍ଟେଲିଜେନ୍ସ ଯୁନିଟ ଏବଂ ହରିୟାଣା ଏସଟିଏଫର ମିଳିତ ଅପରେସନରେ ଏହି ଏନ୍‌କାଉଣ୍ଟର ହୋଇଥିଲା ।

ଉତ୍ତରପ୍ରଦେଶ ପୁଲିସ ଅନୁସାରେ, ରୋହିତ ଗୋଦାରା-ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗର ସଦସ୍ୟ ଥିବା ଏହି ଦୁଇ ବ୍ୟକ୍ତି ରବିନ୍ଦ୍ର ଓରଫ କଲ୍ଲୁ ଏବଂ ଅରୁଣ ବୋଲି ଚିହ୍ନଟ କରାଯାଇଛି। କଲ୍ଲୁ ହରିୟାଣାର ରୋହତକର ବାସିନ୍ଦା । ଅରୁଣ ସୋନିପତର ବାସିନ୍ଦା ବୋଲି ଜଣାପଡିଛି ।

- Advertisement -

ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରବିନ୍ଦ୍ର ହରିୟାଣାର ଫତେହାବାଦରେ ପୁଲିସ ଉପରେ ଗୁଳିମାଡ଼ କରିଥିବା ଅନ୍ୟ ଏକ ମାମଲାରେ ଜଡ଼ିତ ଥିଲା । ସେ ପୂର୍ବରୁ ଅନେକ ଅନ୍ୟ ମାମଲାରେ ମଧ୍ୟ ସେ ଅଭିଯୁକ୍ତ ରହିଛି ।

ଗୁଳିକାଣ୍ଡ ସ୍ଥାନରୁ   ଅପରାଧୀଙ୍କ ବ୍ୟବହୃତ ଏକ ଆପାଚୀ ବାଇକ, , ପିସ୍ତଲ, ଏବଂ ପ୍ରଚୁର ପରିମାଣର କାର୍ଟ୍ରିଜ ମଧ୍ୟ ଜବତ କରାଯାଇଛି

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories