www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସରେ ସାରା ଦେଶରେ ରୋପଣ ହେବ ୧.୫ କୋଟି ଚାରା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଏବଂ “ଏକ ପେଡ୍ ମା କେ ନାମ” ଦ୍ୱିତୀୟ ସଂସ୍କରଣ ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୧.୫ କୋଟି ଚାରା ରୋପଣ କରାଯିବାକୁ ଥିବା ବେଳେ ଓଡିଶା ସରକାର ରାଜ୍ୟର କୋଣ ଅନୁକୋଣରେ ଏକକାଳୀନ ରେକର୍ଡ ୭୫ ଲକ୍ଷ ଚାରା ରୋପଣ କରି ଓଡିଶାକୁ ସବୁଜ-ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟବ୍ୟାପୀ ଚାରା ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଶ୍ରୀ ସିଂଖୁଣ୍ଟିଆ ଝାରସୁଗୁଡା, ତାଳଚେର, କଳିଙ୍ଗ ନଗର ଭଳି ଶିଳ୍ପାଂଚଳ, ସ୍ୱଳ୍ପ ବୃଷ୍ଟିପାତ ହେଉଥିବା ଅଂଚଳ, ଟାଙ୍ଗରା ଭୂମିରେ ଅଧିକରୁ ଅଧିକ ଚାରା ରୋପଣ କରିବା ସହିତ ଏହାର ଉପଯୁକ୍ତ ଯତ୍ନ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କେବଳ ଚାରା ରୋପଣ କରିଦେଲେ ହେବନି, ଏହାକୁ କିପରି ବୃକ୍ଷରେ ରୂପାନ୍ତରିତ କରିବା ସେ ଦିଗରେ ଯତ୍ନବାନ ହେବାପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

- Advertisement -

ଗତବର୍ଷ ଓଡ଼ିଶା “ଏକ ପେଡ୍ ମା କେ ନାମ” ପ୍ରଥମ ସଂସ୍କରଣ ଅଭିଯାନ ଅନ୍ତର୍ଗତ ୬.୭୨  କୋଟି  ଚାରା ରୋପଣ ସହିତ ସମଗ୍ର ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଚଳିତ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ୭.୫ କୋଟି ବୃକ୍ଷ ରୋପଣର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ବିଗତ ୪୫ ଦିନ ମଧ୍ୟରେ ୪.୭ କୋଟି ବୃକ୍ଷ ରୋପଣ କରା ସରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ଛାତ୍ର-ଛାତ୍ରୀ, ଯୁବ ପିଢ଼ି, ସଚେତନ ନାଗରିକ ସମାଜ, ବନ ସୁରକ୍ଷା ସମିତି /ଇକୋ ଡେଭଲପମେଣ୍ଟ୍ କମିଟିର ସଦସ୍ୟ-ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ‘ମୋ ଭାରତ’ ସ୍ୱେଚ୍ଛାସେବକ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଶିଳ୍ପ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ସମସ୍ତ ସରକାରୀ ଓ ସାମାଜିକ ଅନୁଷ୍ଠାନମାନଙ୍କୁ ବୁଧବାର କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସାମିଲ ହୋଇ ଚାରା ରୋପଣର ଫଟୋ ମେରୀ ଲାଇଫ ପୋର୍ଟାଲରେ ଅପଲୋଡ କରିବା ପାଇଁ ଅନୁରୋଧ କରିଛନ୍ତି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଉର୍ଦ୍ଧ୍ଵ ଚାରା ରୋପଣ କାର୍ଯ୍ୟ ଶେଷ କରିବାକୁ ତୃଣମୂଳସ୍ତରର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମେରୀ ଲାଇଫ ପୋର୍ଟାଲରେ ଅପଲୋଡ କରିବା ଦ୍ୱାରା ଚାରାର ପରବର୍ତ୍ତୀ ପ୍ରଗତି ସମ୍ପର୍କିତ ତଥ୍ୟ ଆକଳନ କରିବାକୁ ସୁବିଧା ହେବ ତେଣୁ ଏହି ପୋର୍ଟାଲରେ ଅପଲୋଡ କରିବାକୁ ନ ଭୁଲିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories