www.samajalive.in
Saturday, December 13, 2025
26.1 C
Bhubaneswar

ମାତ୍ର ୩.୨ ସେକେଣ୍ଡରେ ଛୁଇଁବ ୧୦୦ ସ୍ପିଡ୍, ବିଏମଡବ୍ଲୁ ଆଣିଲା ଏହି ବାଇକ୍

ନୂଆଦିଲ୍ଲୀ : ବିଏମଡବ୍ଲୁ ଭାରତରେ ନିଜ ଲୋକପ୍ରିୟ ଷ୍ଟ୍ରିଟଫାଇଟର ବାଇକ ୨୦୨୫ ବିଏମଡବ୍ଲୁ ଏସ୍ ୧୦୦୦ଆର୍ ଲଞ୍ଚ୍ କରିଛି। କମ୍ପାନୀ ଏହାର ଦାମ୍ ୧୯.୯୦ ଲକ୍ଷ ଟଙ୍କା ରଖିଛି। ଏଥିରେ ୯୯୯ ସିସିର ଲିକ୍ବିଡ୍ କୁଲ୍ଡ ୪ ସିଲିଣ୍ଡର ଇଞ୍ଜିନ୍ ଲାଗିଛି ଯାହା ୧୧ ହଜାର ଆରପିଏମରେ ୧୭୦ ବିଏଚପିର ପାଓ୍ବର ଓ ୯୨୫୦ ଆରପିଏମରେ ୧୧୪ ଏନଏମର ଟର୍କ ଉତ୍ପନ କରିବ। ମାତ୍ର ୩.୨ ସେକେଣ୍ଡରେ ଏହା ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ। ଏହାର ସର୍ବାଧିକ ସ୍ପିଡ୍ ୨୫୦ କିଲୋମିଟର ପ୍ରତି ଘଣ୍ଟା ରହିବ।

ବାଇକରେ ଏଲଇଡି ଡିଆରଏଲ୍, କ୍ବିକ୍ ଆକ୍ସନ ଥ୍ରୋଟଲ, ମଲ୍ଟିପଲ୍ ରାଇଡିଂ ମୋଡ୍ସ, ଏବିଏସ୍ ପ୍ରୋ ଓ ଡାଇନାମିକ୍ ଟ୍ରାକ୍ସନ କଣ୍ଟ୍ରୋଲ, ୬.୫ ଇଞ୍ଚର ଟିଏଫଟି ଡିସପ୍ଲେ, ୟୁଏସବି ଟାଇପ୍ ସି ଚାର୍ଜର ମିଳିଥାଏ। ବାଇକର ଲୁକକୁ ବହୁତ ଆଗ୍ରେସିଭ୍ ରଖାଯାଇଛି। କମ୍ପାନୀ ଏହାକୁ ୩ଟି ବିକଳ୍ପ ସହିତ ବଜାରକୁ ଆଣିଛି। ଡାଇନାମିକ୍ ପ୍ୟାକ୍, କନଫର୍ଟ ପ୍ୟାକ୍ ଓ ଏମ୍ ସ୍ପୋର୍ଟ ପ୍ୟାକ୍ ମିଳିଥାଏ। ବ୍ଲାକଷ୍ଟର୍ମ ମେଟାଲିକ୍, ବ୍ଲୁଫାୟର, ଲାଇଟହ୍ବାଇଟ୍ ୟୁନି ଭଳି ରଙ୍ଗର ବିକଳ୍ପରେ ଏହାକୁ କ୍ରୟ କରିପାରିବେ ଗ୍ରାହକ। ଯୁବପିଢିଙ୍କୁ ନଜରରେ ରଖି କମ୍ପାନୀ ଏହି ମୋଟର ସାଇକଲ ବଜାରକୁ ଆଣିଛି। କମ୍ ଦାମରେ ଅଧିକ ଫିଚର୍ ଥିବା ଏହି ବାଇକ୍ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି କମ୍ପାନୀ ଆଶା ରଖିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories