www.samajalive.in
Sunday, December 14, 2025
23.1 C
Bhubaneswar

ସରକାରଙ୍କୁ ୪୦୦ କୋଟି ଟଙ୍କାର ପ୍ରୋତ୍ସାହନ ମାଗିଲା ଓଲା

ଭୁବନେଶ୍ବର : ସରକାରଙ୍କୁ ପ୍ରୋତ୍ସାହନ ମାଗିଛି ଓଲା ଇଲେକ୍ଟ୍ରିକ୍ । ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ ଯୋଜନାରେ ୪୦୦ କୋଟି ଟଙ୍କା କ୍ଲେମ୍ ଫାଇଲ୍ କରିଛି ଓଲା । ପିଏଲଆଇ ସ୍କିମ୍ ଅନୁସାରେ କମ୍ପାନୀମାନଙ୍କୁ କିଛି ନିୟାମକ ମାନଦଣ୍ଡର ପାଳନ ନିମନ୍ତେ ପ୍ରୋତ୍ସାହନ ଦିଆଯାଏ। ଓଲା ନିଜ ଉତ୍ପାଦନ ଓ ବିକ୍ରି ଉଭୟ ମାନଦଣ୍ଡ ପୁରା କରିଛି । ଏହି କାରଣରୁ କମ୍ପାନୀ ବିକ୍ରିର ପ୍ରାୟ ୧୩-୧୪ ପ୍ରତିଶତ ବା ପ୍ରାୟ ୪୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ରୂପେ ଆଶା କରିଛି। ଗତବର୍ଷ ଏହି ପ୍ରୋତ୍ସାହନ ପାଇବାରେ କମ୍ପାନୀ ଏକମାତ୍ର ଦୁଇଚକିଆ ନିର୍ମାତା ଥିଲା।

ନିକଟରେ ଓଲା ଇଲେକ୍ଟ୍ରିକ ଘୋଷଣା କରିଥିଲା କି ତାର ଜେନ୍-୩ ସ୍କୁଟର ବର୍ଗମାଳାକୁ ସମ୍ପୂର୍ଣ୍ଣ ରୂପେ ପିଏଲଆଇ ଯୋଜନାର ମାନଦଣ୍ଡ ଅନୁସାରେ ପ୍ରମାଣିତ କରାଯାଇଛି। ଏଥିରେ ଏସ୧ ସିରିଜର ସମସ୍ତ ସ୍କୁଟର ସାମିଲ ଅଛି। ଯେହେତୁ ଏହା କମ୍ପାନୀର ସବୁଠାରୁ ଅଧିକ ବିକ୍ରି ହେଉଥିବା ବର୍ଗମାଳା ତେଣୁ ଏହାର ସିଧା ପ୍ରଭାବ ଏହାର ଲାଭାଂଶରେ ପଡିବ। ଏହି ୪୦୦ କୋଟିର ପ୍ରୋତ୍ସାହନ କମ୍ପାନୀର ଆର୍ଥିକ ସ୍ଥିତିକୁ ଅଧିକ ମଜଭୁତ କରିବା ସହିତ ଇଭି ଉଦ୍ୟେଗରେ ନୂଆ ବିଶ୍ବାସ ସୃଷ୍ଟି କରିବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories