www.samajalive.in
Friday, December 5, 2025
27.1 C
Bhubaneswar

କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ସଙ୍କେତ ଦେଲେ ମନ୍ତ୍ରୀ

ଭୁବନେଶ୍ଵର : କେବେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ନିର୍ବାଚନ ନେଇ ବେଶ୍ କଳ୍ପନାଜଳ୍ପନା ଲାଗିରହିଥିଲା। ସରକାର ନିର୍ବାଚନ ନେଇ ଇଙ୍ଗିତ ଦେଇଥିଲେ ହେଲେ ଦିନ ଗଡି ଗଡି ଚାଲିଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କିଛି ବି ସୂଚନା ମିଳୁନି। ଏସବୁ ଭିତରେ ଆଜି ବିଜେଡି ରାଜ୍ୟ ସରକାରଙ୍କୁ ନିଶାନା କରିଛି। ସରକାର କାହିଁକି ନିର୍ବାଚନ କରୁନି ବୋଲି ଦଳ ପ୍ରଶ୍ନ ଉଠାଇଛି। ୟୁଟର୍ଣ୍ଣ ମାରିବାରେ ସରକାର ମାହିର। ପୂର୍ବରୁ ନିର୍ବାଚନ କରିବେ ବୋଲି କହିଥିଲେ , ହେଲେ ଦଶହରା ଆସିଲାଣି , କାହିଁକି ନିର୍ବାଚନ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ବିଜେଡି ସଭାପତି ଇପସୀତା ସାହୁ। ବାଲେଶ୍ଵର ଘଟଣାରେ ଏଭିବିପି ବ୍ୟାକ୍‌ଫୁଟରେ ସରକାର ଇଣ୍ଟରନାଲ ସର୍ଭେ କରି କ୍ୟାମ୍ପସର ସ୍ଥିତି ଭଲ ନଥିବା ଜାଣିଛନ୍ତି। ତେଣୁ ନିର୍ବାଚନ କରାଉନଥିବା ଅଭିଯୋଗ କରିଛନ୍ତି ଇପ୍‌ସୀତା। ସେପଟେ ଏହାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କଲେଜ ନିର୍ବାଚନକୁ ନେଇ ସରକାର ସକରାତ୍ମକ ରହିଛନ୍ତି। ଏ ନେଇ ପୂର୍ବରୁ ଆଭମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଦୋହରାଇଛନ୍ତି। ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଏବେ ପର୍ଯ୍ୟନ୍ତ ନିର୍ବାଚନକୁ ନେଇ କୌଣସି ପ୍ରସ୍ତୁତି ହୋଇନାହିଁ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories