www.samajalive.in
Monday, December 8, 2025
13.1 C
Bhubaneswar

୨୦ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ, ସମସ୍ତ ଲେବୁଲ-ଭି (ଏ) ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, ଶିକ୍ଷା ସହାୟକ/କନିଷ୍ଠ ଶିକ୍ଷକଙ୍କ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା, ଶିକ୍ଷକଙ୍କ ପାଇଁ ସ୍ବାସ୍ଥ୍ୟବୀମା ଲାଗୁ ଓ ପୁରୁଣା ପେନସନ ଆଦି ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ। ଆସନ୍ତା ୨୦ ତାରିଖରେ ପ୍ରାଥମିକ ଶିକ୍ଷକମାନେ ବିଧାନସଭା ଘେରଉ କରିବେ ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ କହିଛନ୍ତି। ଖାରବେଳ ନଗରସ୍ଥିତ ଶ୍ରମିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ, ଟିଇଟି ପରୀକ୍ଷା ଆଳ ଦେଖାଇ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିକୁ ୪ ବର୍ଷ ହେବ ବନ୍ଦ କରାଯାଇଛି। ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ଢାଞ୍ଚାରେ ଦରମା (୪୨୦୦ ଗ୍ରେଡ୍‌ ପେ) ଦିଆଯାଉଥିବାବେଳେ ଓଡ଼ିଶାରେ ୨୨୦୦ ଗ୍ରେଡ୍‌ ପେ’ରେ ଦରମା ଦିଆଯାଉଛି। ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠାଇ ୬ ବର୍ଷର କାର୍ଯ୍ୟକାଳକୁ ନ୍ୟାସନାଲ ଇନ୍‌କ୍ରିମେଣ୍ଟ ଦେଇ ୨୦୨୨ ମସିହାରେ ମୂଳ ଚାକିରିରେ ଗଣନା କରାଗଲା। ହେଲେ ଶିକ୍ଷା ସହାୟକ/କନିଷ୍ଠ ଶିକ୍ଷକ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରାଯାଇନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ଟୁଲୁ ଦେଇ, ଚିନ୍ତାମଣି ପାଢ଼ୀ, ଅଗାଧୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories