www.samajalive.in
Friday, December 5, 2025
27.1 C
Bhubaneswar

ଘର ଛାତ ଦେଇ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ

ଉଦଳା : ରାତି ଅଧରେ ଘର ଛାତ ଦେଇ ପଶିଲେ , ଗନ୍ ପଏଣ୍ଟରେ ଲୁଟି ନେଲେ। ଉଦଳା ଶରତ ଥାନା ଦେବାନବାହାଳୀ ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ମୂତାବକ ଏହି ଗାଁର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ୫ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଛାତ ଉପର ଦେଇ ଘର ଭିତରେ ପଶିଥିଲେ। ଏବଂ ଅନ୍ୟ ଦୁଇ ଜଣ ଦୁର୍ବୁତ୍ତ ଦୁଇ ଭାଇଙ୍କୁ କାବୁ କରିବା ସହ ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ୍ କରିଥିଲେ। ମାଲମିରାରୁ ନଗଦ ୧୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି। ଲୁଟ୍‌ କରିବା ପରେ ଦୁଇ ଭାଇଙ୍କୁ କବାଟ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ପଏଣ୍ଟ ବ୍ଲାଙ୍କରେ ଲୁଟ୍ କରିବା ପରେ ନିଜ କର୍ମଚାରୀଙ୍କ ଡାକି ଚନ୍ଦନ ଗେଟ୍ ବାହାରକୁ ଆସିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଥିବାବେଳେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories