www.samajalive.in
Wednesday, December 10, 2025
23.1 C
Bhubaneswar

ସର୍ବସମ୍ମୁଖରେ ମାନିଲେ ବିଜେପି ବିଧାୟକ: ‘ଆମେ ପିସି ନେଉଛୁ’

ରାଜନେତା ଭ୍ରଷ୍ଟାଚାର ! ସେମାନେ ଦୁର୍ନୀତିଖୋର ! ସାଧାରଣ ଜନତାଙ୍କ ମନରେ ଅନେକ ସମୟରେ ଏଭଳି ଚିନ୍ତାଧାରା ଆସିଥାଏ। କିନ୍ତୁ ସବୁ ନେତା ଯେ ଭ୍ରଷ୍ଟଚାର ତାହା କହିବା ଠିକ ନୁହେଁ। ହେଲେ ଜଣେ ବିଧାୟକ ଏକଥା ସ୍ଵୀକାର କରିବା ପରେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସର୍ବସମ୍ମୁଖରେ ବିଧାୟକଙ୍କ ଏପରି ସ୍ଵୀକାରୋକ୍ତିର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

ଆମକୁ ବିଧାୟକ ପାଣ୍ଠିରୁ ୧୦ ପ୍ରତିଶତ କମିସନ ମିଳୁଛି। ଆପଣମାନଙ୍କୁ କ’ଣ ମିଳୁଛି ? ଏକ ସଭାରେ କାର୍ଯ୍ୟକର୍ତ୍ତାମାନଙ୍କୁ ଏପରି କହିଛନ୍ତି ଉତ୍ତରପ୍ରଦେଶର ବିଜେପି ବିଧାୟକ ମହେଶ ତ୍ରିବେଦୀ। ସମସ୍ତ ସାମ୍ନାରେ ପିସି ନେଉଥିବା କଥା ସ୍ଵୀକାର କରିଛନ୍ତି ମହେଶ। ତାଙ୍କର ଏହି ମନ୍ତବ୍ୟ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି, ଯାହାକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

- Advertisement -

ଦଳର ଏକ ବୈଠକରେ ବିଧାୟକ ମହେଶ ଶହ ଶହ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଉଥିଲେ। ଏହି ସମୟରେ ସେ କହିଥିଲେ, ବିଧାୟକ ପାଣ୍ଠିରୁ ଆମମାନଙ୍କୁ ୧୦ ପ୍ରତିଶତ କମିସନ ମିଳୁଛି। କିନ୍ତୁ କାର୍ଯ୍ୟକର୍ତ୍ତାମାନଙ୍କୁ କୌଣସି ଲାଭ ମିଳୁନାହିଁ। ତେଣୁ ଆପଣମାନେ ଅତି କମରେ କିଛି ପୂଣ୍ୟ କମାଇ ଉପରକୁ ଚାଲିଯାଅ।

ମହେଶଙ୍କ ବିବାଦୀୟ ମନ୍ତବ୍ୟ ଏତିକିରେ ସୀମିତ ନ ଥିଲା। ବୈଠକରେ ସେ ପୁଣି କହିଥିଲେ ଯେ, ହିନ୍ଦୁମାନେ ନିଜ ଘରେ ତଲଓ୍ବାରଯ ରଖିବା ଜରୁରୀ। ପଶୁମାନେ ହିନ୍ଦୁମାନଙ୍କଠାରୁ ଭଲ। କାରଣ ସେମାନେ ନିଜ ସୁରକ୍ଷା ପାଇଁ ଅତି କମରେ ଶିଙ୍ଘ ତ ରଖିଛନ୍ତି। ହିନ୍ଦୁମାନେ ସେତକ ବି କରିପାରୁନାହାନ୍ତି। ତେଣୁ ନିଜ ସୁରକ୍ଷା ପାଇଁ ସମସ୍ତ ହିନ୍ଦୁ ଘରେ ତଲଓ୍ବାର ରଖିବା ଦରକାର।

ଏସବୁ ମନ୍ତବ୍ୟର ଭିଡିଓ ପ୍ରଘଟ ହେବା ପରେ ବିଧାୟକ ବିବାଦ ଭିତରେ ଘେରି ହୋଇଯାଇଛନ୍ତି। କମିସନ ନେବା କଥା କହି ସେ ସର୍ବସାଧାରଣରେ ଭ୍ରଷ୍ଟାଚାରକୁ ସ୍ଵୀକାର କରିଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories