www.samajalive.in
Wednesday, December 10, 2025
16.1 C
Bhubaneswar

ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କୀ

କାଠମାଣ୍ଡୁ- ନେପାଳର ଅନ୍ତରିୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କୀ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଶୁକ୍ରବାର ରାତିରେ ତାଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ନେପାଳରେ ଭୟାନକ ବିକ୍ଷୋଭ ପ୍ରଦର୍ଶନ ପରେ ଶାସନ ପରିବର୍ତ୍ତନ ହୋଇଥିଲା । ଏହାର ୩ ଦିନ ପରେ ସେନା, ରାଷ୍ଟ୍ରପତି ଏବଂ ଜେନ୍-ଜେଡ୍ ନେତାମାନଙ୍କର ବୈଠକରେ ସୁଶୀଳାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସୁଶୀଳା କାର୍କୀ ନେପାଳର ସୁପ୍ରମକୋର୍ଟର ପ୍ରଧାନ ବିଚାରପତି ଥିଲେ । ସେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ)ରୁ ରାଜନୀତି ବିଜ୍ଞାନରେ ସ୍ନାତୋକତ୍ତର କରିଥିଲେ। ଅନ୍ୟପକ୍ଷେ, ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦ ଭଙ୍ଗ କରିଛନ୍ତି। ଜେନ୍-ଜେଡ୍ ନେତାମାନେ ସଂସଦ ଭାଙ୍ଗିବା ପାଇଁ ଦାବି କରିଥିଲେ ।

- Advertisement -

ନେପାଳରେ ସୋସିଆଲ ମିଡିଆ ଉପରେ ନିଷେଧାଦେଶ ଏବଂ ଭ୍ରଷ୍ଟାଚାର ବିରୋଧରେ ଚାଲିଥିବା ଆନ୍ଦୋଳନ ସମୟରେ ଭାରତୀୟ ସାମ୍ବାଦିକଙ୍କ ସହିତ ମାରପିଟ ଓ ଦୁର୍ବ୍ୟବହାରର ଅନେକ ଘଟଣା ସାମ୍ନାକୁ ଆସିଛି। ଆଜି ମଧ୍ୟ ଦୁଇ ଭାରତୀୟ ସାମ୍ବାଦିକଙ୍କ ସହିତ ଦୁର୍ବ୍ୟବହାର ଓ ମାରପିଟ କରାଯାଇଥିବାର ଭିଜୁଆଲ୍‌ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ।

ନେପାଳରେ ସେପ୍ଟେମ୍ବର ୯ ତାରିଖରେ ଜେନ୍-ଜେଡ୍ ଆନ୍ଦୋଳନକାରୀମାନଙ୍କ ବିକ୍ଷୋଭ ଯୋଗୁଁ ସେଠାକାର ସରକାର ଇସ୍ତଫା ଦେଇଥିଲେ। ଆନ୍ଦୋଳନକାରୀମାନେ ସଂସଦ, ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କ ବ୍ୟକ୍ତିଗତ ବାସଗୃହକୁ ନିଆଁ ଲଗାଇ ଦେଇଥିଲେ । ଏହି ହିଂସାରେ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories