www.samajalive.in
Saturday, December 13, 2025
26.1 C
Bhubaneswar

ନେପାଳରେ ଭାରତୀୟ ପର୍ଯ୍ୟଟକ ବସକୁ ଆକ୍ରମଣ ଓ ଲୁଟ

ସମାଜ ଡିଜିଟାଲ ଡେସ୍କ: କ୍ଷମତା ପରିବର୍ତ୍ତନ ସତ୍ବେ ନେପାଳରେ ଅଶାନ୍ତ ବାତାବରଣ ଜାରି ରହିଥିବା ବେଳେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛି ଏକ ଭାରତୀୟ ପର୍ଯ୍ୟଟକ ବସ୍‌। ଉତ୍ତ୍ୟକ୍ତ ଲୋକମାନେ ଭାରତୀୟ ବସକୁ ଆକ୍ରମଣ କରିଛନ୍ତି। ବସରେ ଥିବା ପର୍ଯ୍ୟଟକମାନଙ୍କୁ ମାଡ଼ ମାରିବା ସହିତ ସେମାନଙ୍କଠାରୁ ଲୁଟପାଟ କରିଛନ୍ତି।

ଆନ୍ଧ୍ରପ୍ରଦେଶର କିଛି ପର୍ଯ୍ୟଟକ ଏକ ବସ ଯୋଗେ ନେପାଳ ବୁଲିବାକୁ ଯାଇଥିଲେ। କାଠମାଣ୍ଡୁ ନିକଟରେ ଉତ୍ତ୍ୟକ୍ତ ଲୋକମାନେ ବସକୁ ଆକ୍ରମର କରି ଲୁଟ୍‌ପାଟ କରିଥିଲେ। ଆକ୍ରମଣରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି। ପର୍ଯ୍ୟଟକମାନେ କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଏହି ଘଟଣା ଘଟିଥିଲା। ପର୍ଯ୍ୟଟକମାନଙ୍କ ବ୍ୟାଗ, ଫୋନ ଏବଂ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଭାରତ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତ ଫେରାଇ ଆଣିବାକୁ ଯୋଜନା କରିଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories