www.samajalive.in
Saturday, December 6, 2025
26.1 C
Bhubaneswar

ନେପାଳ ବିକ୍ଷୋଭର ନେତା ସୁଦାନ ଗୁରୁଙ୍ଗ; ଚର୍ଚ୍ଚାରେ କାଠମାଣ୍ଡୁ ମେୟର ବାଲେନ ଶାହା

କାଠମାଣ୍ଡୁ: ନେପାଳରେ ଚାଲିଥିବା ସରକାର ବିରୋଧୀ ଜେନ୍‌ ଜେଡ୍‌ ବିକ୍ଷୋଭର ନେତୃତ୍ବ ନେଉଛନ୍ତି ସୁଦାନ ଗୁରୁଙ୍ଗ। ଗୁରୁଙ୍ଗ ହେଉଛନ୍ତି ‘ହାମି ନେପାଳ’ ନାମକ ଏକ ଏନିଜିଓର ପ୍ରତିଷ୍ଠାତା ଓ ସଭାପତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୮ରେ ଗୁରୁଙ୍ଗ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ କିପରି ବିକ୍ଷୋଭ କରାଯିବ ତା’ହା ସେ ଦେଖାଇଥିଲେ। ଏନଜିଓ ଖୋଲିବା ପୂର୍ବରୁ ଗୁରୁଙ୍ଗ ଏକ ଇଭେଣ୍ଟ ମ୍ୟା​‌େ​‌ନଜମେଣ୍ଟରେ କାମ କରୁଥିଲେ।

ଅନ୍ୟପଟେ ନେପାଳର ଜେନ୍‌ ଜେଡ୍‌ ବିକ୍ଷୋଭକାରୀମାନେ ସରକାରଙ୍କ ବରଖାସ୍ତ ଦାବି କରିଥିବାବେଳେ ନୂଆ ଅନ୍ତରୀଣ ସରକାର ଗଠନ ପାଇଁ ବିଚାରବିମର୍ଶ ଚାଲିଛି। ନୂଆ ପ୍ରଧାନମନ୍ତ୍ରୀ ପଦ ଲାଗି ବିକ୍ଷୋଭକାରୀଙ୍କ ପ୍ରଥମ ପସନ୍ଦର ପ୍ରାର୍ଥୀ ହୋଇଛନ୍ତି କାଠମାଣ୍ଡୁ ମେୟର ବାଲେନ ଶାହା। ବାଲେନ ବିକ୍ଷୋଭକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ବାଲେନ ନିଜ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇସାରିଛନ୍ତି। ତେଣୁ ଆଉ ବିକ୍ଷୋଭକରି ଦେଶର ଧନ ଜୀବନ ନଷ୍ଟ କରିବା ଉଚିତ୍ ନୁହେଁ। ଦେଶର ଜାତୀୟ ସମ୍ପତ୍ତି ନଷ୍ଟ ହେବା ଅର୍ଥ ଆମର ସମ୍ପତ୍ତି ନଷ୍ଟ ହେବା। ଏବେ ଠାରୁ ଯୁବବର୍ଗ ଦେଶର ନେତୃତ୍ବ ନେବା ଦରକାର। ସୋମବାର ବିକ୍ଷୋଭ ସମୟରେ ବାଲେନ ଏହାକୁ ସମର୍ଥନ କରିଥିଲେ। ସେନାମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ଶାନ୍ତି ଆଲୋଚନା କରିବାକୁ ଯାଉଥିବାବେଳେ ବାଲେନ ଏହାକୁ ନାପସନ୍ଦ କରିଛନ୍ତି। ବାଲେନ କହିଛନ୍ତି ପାର୍ଲାମେଣ୍ଟ (ସଂସଦ)କୁ ଭଙ୍ଗ ନ କରାଯିବା ପର୍ଯ୍ୟନ୍ତ କୌଣସି ପ୍ରକାର ଶାନ୍ତି କଥାବାର୍ତ୍ତା କରାଯିବ ନାହିଁ। ସେନା ସହିତ କଥାବାର୍ତ୍ତା କରିବା ଲାଗି ବିକ୍ଷୋଭକାରୀଙ୍କ ପ୍ରତିନିଧି ଦଳ ମନୋନୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories