www.samajalive.in
Monday, December 8, 2025
27.1 C
Bhubaneswar

କରିସ୍ମା କପୁରଙ୍କ ୨ ସନ୍ତାନ ହାଇକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ସଞ୍ଜୟ କପୁରଙ୍କ ପରଲୋକ ଘଟିଥିବା ପରିପ୍ରେକ୍ଷୀରେ ତାଙ୍କର ୩୦,୦୦୦ କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ ପ୍ରସଙ୍ଗ ବର୍ତ୍ତମାନ ଅଦାଲତରେ ପହଞ୍ଚିଛି। ସଞ୍ଜୟଙ୍କ ପୂର୍ବତନ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ସନ୍ତାନ ଇତିମଧ୍ୟରେ ସଞ୍ଜୟଙ୍କ ସମ୍ପତ୍ତିର ମାଲିକାନା ସ୍ବତ୍ବ ହାସଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଥିବା ଜଣାପଡିଛି। ଇତିମଧ୍ୟରେ ସଞ୍ଜୟଙ୍କ ତୃତୀୟ ପତ୍ନୀ ପ୍ରିୟା କପୁର ଇତିମଧ୍ୟରେ ସଞ୍ଜୟଙ୍କ ସମ୍ପତ୍ତିକୁ ମିଥ୍ୟା ଉଇଲ ମାଧ୍ୟମରେ ହାତେଇବାକୁ ଚକ୍ରାନ୍ତ କରୁଥିବା ସେମାନେ ପିଟିସନରେ ଉଲ୍ଲେଖ କରିଛନ୍ତି। ତେଣୁ ସଞ୍ଜୟଙ୍କ ସନ୍ତାନ ଭାବେ ସମ୍ପତ୍ତିରୁ ଭାଗ ଦିଆଯାଉ ବୋଲି ସେମାନେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ କରିସ୍ମା ୨୦୦୩ ସେପ୍ଟେମ୍ବର ୨୯ରେ ସଞ୍ଜୟଙ୍କୁ ବୈଦିକ ଋତିରେ ବିବାହ କରିଥିଲେ। ସେମାନଙ୍କର ସାମାଇରା ଏବଂ କିଆନ ନାମରେ ଝିଅ ଓ ପୁଅ ଅଛନ୍ତି। ତେବେ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେବାରୁ ୨୦୧୬ରେ ସଞ୍ଜୟ ଓ କରିସ୍ମା ପରସ୍ପରକୁ ଛାଡପତ୍ର ଦେଇଥିଲେ। ଏହାପରେ ସଞ୍ଜୟ ପ୍ରିୟା କପୁରଙ୍କୁ ବିବାହ କରିଥିବାବେଳେ ତାଙ୍କ ତରଫରୁ ଗୋଟିଏ ପୁତ୍ର ସନ୍ତାନ ରହିଛି। ବ୍ରିଟେନର ୱିଣ୍ଡସରରେ ପୋଲୋ ଖେଳୁଥିବାବେଳେ ଚଳିତବର୍ଷ ଜୁନ ୧୨ରେ ସଞ୍ଜୟଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା।

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories