ସମାଜ ଡିଜିଟାଲ ଡେସ୍କ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଅଭାବନୀୟ ଦୃଶ୍ୟ । ମନ୍ଦିର ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରୁଥିଲେ ଜଣେ ଯୁବକ । ତେବେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଓ ଜେଟିପି କର୍ମଚାରୀ ଅଟକାଇବା ବେଳେ ଯୁବକ ଜଣଙ୍କ ତାଙ୍କ ସହିତ ଯୁକ୍ତତର୍କ କରିଥିଲେ । ଯୁବକ ଜଣଙ୍କ ନିଶାଶକ୍ତ ଅଭସ୍ଥାରେ ଥିବା ସୂଚନା ମିଳିଛି । ଦୀର୍ଘ ସମୟ ଧରି ଯୁକ୍ତିତର୍କ ପରେ ପୁଲିସ ତାଙ୍କୁ ସେଠାରୁ ହଟାଇଥିଲେ । ଆଜି ଭୋରରେ ଦ୍ୱାର ଫିଟା ହେବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।



