www.samajalive.in
Thursday, December 11, 2025
16.1 C
Bhubaneswar

ସାପ ଦଂଶନରେ ଭାଇଭଉଣୀ ମୃତ, ପ୍ରଥମେ କଲେ ଝଡାଫୁଙ୍କା ପରେ ନେଲେ ମେଡିକାଲ

ନବରଙ୍ଗପୁର : ନବରଙ୍ଗପୁରରେ ଅନ୍ଧବିଶ୍ୱାସର କରୁଣ ପରିଣତି ମଙ୍ଗଳବାର ଦେଖିବାକୁ ମିଳିଛି । ସାପ ଦଂଶନ ପରେ ମେଡିକାଲ ନେବା ବଦଳରେ ଗୁଣିଆ ନିକଟକୁ ଯାଇ ଝଡାଫୁଙ୍କା କରିବା ଯୋଗୁଁ ମେଡିକାଲ ନେବାରେ ବିଳମ୍ବ ହେବାରୁ ଚାଲିଗଲା ଭାଇଭଉଣୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଉମରକୋଟ ବ୍ଲକ ରାଜପୁର ଗାଁରେ ଘଟିଛି । ମୃତକ ହେଲେ ଭାଇ ଋତୁରାଜ ହରିଜନ ଏବଂ ଭଉଣୀ ଅମିତା ହରିଜନ ।
ପରିବାର ଲୋକେ ଖାଇପିଇ ଘରେ ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା । ପରିବାର ଲୋକେ ଏହା ଜାଣି ପ୍ରଥମେ ୨ ଜଣଙ୍କୁ ମେଡିକାଲ ନନେଇ ଗୁଣିଆ ପାଖରେ ଝଡାଫୁଙ୍କା କରିଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଉମରକୋଟ ମେଡିକାଲ ନେଇଥିଲେ । ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସାପ କାମୁଡାରେ ନାବାଳକର ମୃତ୍ୟୁ ;ଏବେ ବି ଝଡା ଫୁଙ୍କାରେ ବିଶ୍ବାସ କରୁଛନ୍ତି ଲୋକେ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories