www.samajalive.in
Monday, December 8, 2025
27.1 C
Bhubaneswar

ଏସିଆ କପ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ -୨୦୨୫ ପାଇଁ ଭାରତୀୟ ଦଳ ଦୁବାଇରେ ପହଞ୍ଚି ସାରିଛି। ୮ଟି ଦେଶକୁ ନେଇ ଚଳିତ ସେପ୍ଟେମ୍ବର ୯ରୁ ଟ୍ବେଣ୍ଟି୨୦ ଫର୍ମାଟରେ ଉକ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ନୂତନ ଜର୍ସିର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଜର୍ସି ପ୍ରାୟୋଜକରୁ ଡ୍ରିମ୍‌୧୧ ହଟିଯାଇଛି। ନୂତନ ଜର୍ସିରେ ବଡ଼ ଧରଣର ପରିବର୍ତ୍ତନ କରା ଯାଇନଥିଲେ ମଧ୍ୟ ଡ୍ରିମ୍‌୧୧ ନାମ ଉଠିଯାଇଛି। ଜର୍ସିର ରଙ୍ଗ ନୀଳ ହୋଇଥିବାବେଳେ ଦୁଇ ହାତରେ କମଳା ରଙ୍ଗ ରହିଛି। କଲରରେ ତ୍ରିରଙ୍ଗାର ଚିତ୍ର ରହିଛି। ସରକାରଙ୍କ ପକ୍ଷରୁ ଅନ୍‌ଲାଇନ ଗେମିଂ ଉପରେ କଟକଣା ଲଗାଇବା ପରେ ଡ୍ରିମ୍‌ସ -୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରାୟୋଜକରୁ ହଟିଯାଇଛି। ଏଥିପାଇଁ ଏବେ ବିସିସିଆଇ ନୂତନ ପ୍ରାୟୋଜକ ଖୋଜିବା ଆରମ୍ଭ କରିଛି। ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଏସିଆ କପ ଖେଳିବ। ଦଳ ୧୦ରେ ୟୁଏଇ ସହ ଖେଳି ଅଭିଯାନ ଆରମ୍ଭ କରିବ। ଭାରତ ୨୦୨୩ ​‌େ​‌ଶଷ ସଂସ୍କରଣରେ ଟାଇଟଲ ଜିତିଥିଲା।

୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍‌ ଧନୀ, ମିଳିବ ସଫଳତା..

- Advertisement -

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories