www.samajalive.in
Thursday, December 11, 2025
14.1 C
Bhubaneswar

ମାର୍ଚ୍ଚ ୩୧ରୁ ଝାରସୁଗୁଡାରୁ ଦିଲ୍ଲୀ,କୋଲକତା ଓ ହାଇଦ୍ରାବାଦକୁ ବିମାନସେବା ; ସ୍ପାଇଶଜେଟ୍‍ ଟିକେଟ ବିକ୍ରି ଶୁଭାରମ୍ଭ

– ଖୁବଶୀଘ୍ର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ହେବ ବିମାନସେବା, -ଭାରତର ଏୟାର ଫୋର୍ସ ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର : ‘ଉଡାନ-୩’ ଯୋଜନାରେ ସ୍ପାଇଶ ଜେଟ୍‍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନୋଟି ସ୍ଥାନ, ଯଥା ଦିଲ୍ଲୀ, କଲକାତା ଓ ହାଇଦ୍ରାବାଦକୁ ବୁଧବାର ଠାରୁ ଟିକେଟ୍‍ ବିକ୍ରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ବିମାନବନ୍ଦର ନାମ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରି ଏହାକୁ ଲୋକାର୍ପିତ କରିଥିଲେ। ଆଗାମୀ ଦିନରେ ଝାରସୁଗୁଡା ବିମାନବନ୍ଦର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁର ସହ ମଧ୍ୟ ଯୋଡି ହେବ। ଝାରସୁଗୁଡା ବିମାନବନ୍ଦର ଦ୍ୱାରା ନୂଆ ଅର୍ଥନୀତି ଯୋଡାହେବା ସହ ନୂଆ ନୂଆ ଉଦ୍ୟୋଗ ମଧ୍ୟ ଯୋଡିହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିପାଇଁ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି।
ନୂଆଦିଲ୍ଲୀ ଠାରେ ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍‍ ଟିକେଟ୍‍ ବିକ୍ରିର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ପାଇଶ ଜେଟ୍‍ ଝାରସୁଗୁଡା-ଦିଲ୍ଲୀ-ଝାରସୁଗୁଡା,ଝାରସୁଗୁଡା-ହାଇଦ୍ରାବାଦ-ଝାରସୁଗୁଡା,ଝାରସୁଗୁଡା-କୋଲକାତା-ଝାରସୁଗୁଡା ୬ ଟି ଗନ୍ତବ୍ୟ ସ୍ଥାନକୁ ଯୋଡିବ। ପ୍ରତିଦିନ ବିମାନ ଦିନ ୧.୧୫ରେ ଦିଲ୍ଲୀରୁ ବାହାରି ୩.୧୦ ରେ ଝାରସୁଗୁଡାରେ ପହଁଚିବ। ସେହିପରି ଝାରସୁଗୁଡାରୁ ଅପରାହ୍ଣ ୩.୪୦ରେ ବିମାନ ବାହାରି ୫.୩୫ରେ ଦିଲ୍ଲୀରେ ପହଁଚିବ। ଅପରପକ୍ଷେ ବିମାନଟି ୪.୧୦ରେ ଝାରସୁଗୁଡାରୁ ବାହରି ହାଇଦ୍ରାବାଦରେ ସନ୍ଧ୍ୟା ୬.୦୦ରେ ପହଁଚିବ ଏବଂ ହାଇଦ୍ରାବାଦରୁ ସାଢେ ୬ଟାରୁ ଉଡାଣ କରି ଝାସରୁଗୁଡାରେ ରାତି ୮.୨୦ ସୁଦ୍ଧା ପହଁଚିଯିବ। କଲକାତାରୁ ଅପରାହ୍ଣ ୨.୨୫ ରୁ ଉଡାଣ କରିବା ପରେ ୩.୫୦ ଝାରସୁଗୁଡା ପହଁଚିପାରିବ ଏବଂ ଝାରସୁଗୁଡାରୁ ରାତି ୮.୪୦ରେ ବାହାରି କଲକାତାରେ ରାତି ୧୦ଟାରେ ପହଁଚିବ। ଯାତ୍ରୀମାନଙ୍କ ପାଇଁ ଏହି ବ୍ୟବସ୍ଥା ଅନେକ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ଭାରତ ସରକାର ଭୁବନେଶ୍ୱରରେ ୯୦୦ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ଟର୍ମିନାଲ ମଧ୍ୟ ନିର୍ମାଣ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଆଜି ଓଡିଶା ତଥା ପଶ୍ଚିମ ଓଡିଶା ପାଇଁ ବଡ ଭାବନାତ୍ମକ ଦିନ। ଏହି ବ୍ୟବସ୍ଥା ବିଶେଷତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ। ଗତ ଦୁଇ ଦିନ ହେବ ବାୟୁ ସେନାର ବହୁ ଚର୍ଚ୍ଚା ହେଉଛି। ଭାରତର ଏୟାର ଫୋର୍ସ ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories