ରାୟଗଡା: ସାପ କାମୁଡ଼ାରେ ସରପଞ୍ଚଙ୍କ ମୃତ୍ୟୁ । ରାୟଗଡା ବ୍ଲକ କୁଲି ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ମହିଳା ସରପଞ୍ଚଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ସରପଞ୍ଚ ମାଙ୍ଗି କାଡ୍ରାକା ବୋଲି ଜଣାପଡିଛି। ମାଙ୍ଗି ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସରପଞ୍ଚଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Popular Categories



