www.samajalive.in
Sunday, December 14, 2025
26.1 C
Bhubaneswar

ଘର ନିର୍ମାଣ କରିଦେବ କହି ନେଇଥିଲା ୨୦ ଲକ୍ଷ, ଠକକୁ ଅନୁଗୁଳରୁ ଗିରଫ କଲା ପୁଲିସ

କୋରାପୁଟ : ସେମିଳିଗୁଡା ସହର ସରସ୍ବତୀ ନଗରରେ ରହୁଥିବା ଉପେନ୍ଦ୍ର ମହାନ୍ତିକୁ କୋରାପୁଟ କ୍ରାଇମ ପୁଲିସ ଗିରଫ କରିଛି। ଏହି ସମ୍ପର୍କରେ କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅମ୍ବିତ ମହାନ୍ତି ସୂଚନା ଦେଇ କହିଛନ୍ତି, ସେମିଳିଗୁଡା ନିକଟସ୍ଥ ବେହେରାଗୁଡା ଗ୍ରାମର ସୁଙ୍ଗାଦି ଦାମୁଙ୍କ ଘର ଠିକାରେ ନିର୍ମାଣ କରିଦେବ କହି ୨୦ ଲକ୍ଷ ଟଙ୍କା ଏବଂ ସେମିଳିଗୁଡା ସହର ସରସ୍ବତୀ ନଗର- ୮ ନମ୍ବର ବାସିନ୍ଦା ପ୍ରଫୁଲ୍ଲ କୁମାର ପାଙ୍ଗିଙ୍କ ଠାରୁ ଅଭିଯୁକ୍ତ ଉପେନ୍ଦ୍ର କୁମାର ମହାନ୍ତିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲା। ଏହିପରି ସେମିଳିଗୁଡା ଅଞ୍ଚଳରୁ ଆହୁରି ୫ ଲକ୍ଷ, ୧୦ ଲକ୍ଷ ଟଙ୍କା ବହୁତ ଲୋକଙ୍କ ଠାରୁ ଅଭିଯୁକ୍ତ ଉପେନ୍ଦ୍ର ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଅତିରିକ୍ତ ଏସପି ମହାନ୍ତି ସୂଚନା ଦେଇଛନ୍ତି।

ଉପେନ୍ଦ୍ରଙ୍କ ନାମରେ  ଜୁଲାଇ ୨୮ ତାରିଖରେ ସୁଙ୍ଗାଦି ଦାମୁ ଏବଂ ୨୩ ଅଗଷ୍ଟରେ ପ୍ରଫୁଲ୍ଲ କୁମାର ପାଙ୍ଗି ଏନେଇ ଅଭିଯୋଗ କରିଥିଲେ। ଦୁଇ ଜଣଙ୍କ ଠାରୁ ଟଙ୍କା ମିଳିଯିବା ପରେ ଅଭିଯୁକ୍ତ ଉପେନ୍ଦ୍ର ନିଜ ମୋବାଇଲ ନମ୍ବରକୁ ସ୍ବିଚ ଅଫ କରିଦେଇ କୁଆଡେ ପଳାଇଯାଇଥିଲା। ଦୁଇ ଜଣଙ୍କ ଅଭିଯୋଗକୁ ଆଧାର କରି କ୍ରାଇମ ଥାନା ଦୁଇ ଜଣିଆ କମିଟି କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଅନୁଗୁଳରୁ ଗିରଫ କରିବା ସହ ତାହା ଠାରୁ ଗୋଟିଏ ଲାପଟପ, ୫ଟି ଡେବିଟ କାର୍ଡ ଏବଂ ଗୋଟିଏ ମୋବାଇଲ ଫୋନକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ଉପେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି। ୧୩/୨୫, ୧୫/୨୫ ଏତଲାକୁ ଆଧାର କରି କ୍ରାଇମ ଥାନା  ଏସଆଇ କୃଷ୍ଣା କୁମାରୀ ପ୍ରଧାନ ଘଟଣାର ଅଧିକ ତଦନ୍ତ କରୁଥିବା ଅତିରିକ୍ତ ଏସପି ଅମ୍ବିତ ମହାନ୍ତି କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories