ସମାଜ ଡିଜିଟାଲ ଡେସ୍କ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୬.୩୩ଫୁଟ । ଜଳଭଣ୍ଡାରକୁ ୨ଲକ୍ଷ ୯୪ହଜାର ୮୫୮କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦ ପାଣି ଛାଡିବା ପରେ ମହାନଦୀରେ ଜଳସ୍ତର ବଢୁଥିବାରୁ ଏଠାରେ ବନ୍ୟା ଆଶଙ୍କା ରହିଛି । ହୀରାକୁଦରେ ଧୀରେ ଧୀରେ ଜଳସ୍ତର ବଢିବାରେ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ରମାଗତ ଭାବେ ଗେଟ୍ ଗୁଡିକ ଖୋଲାଯାଉଛି ।
Popular Categories



