ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ପାହାର ଶ୍ରିଗିଡା ଜମିଦାର ପଡା ଛକରେ ତ୍ରିନାଥ ଦାସ (୫୦) ନାମକ ଜଣେ ବ୍ୟକ୍ତି ଗଞ୍ଜେଇ ବିକ୍ରି କରୁ ଥିବା ଖବର ପାଇ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିଥିଲେ। ପଚରା ଉଚୁରା କରିବାରୁ ଅତାବିରା ସଲିମ୍ ଖାଁଙ୍କ ଠାରୁ ସେ ଏହି ଗଞ୍ଜେଇ ନେଉଥିବା କଥା ପ୍ରକାଶ କରିଥିଲା। ତେଣୁ ପୁଲିସ ସଲିମ ଖାଁକୁ ମଧ୍ୟ ଗିରଫ କରି ତା ଠାରୁ ଦେଢ କେଜି ଗଞ୍ଜେଇ ଜବତ କରିଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରିବା ସହ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



