www.samajalive.in
Saturday, December 6, 2025
26.1 C
Bhubaneswar

ଅପରେସନ ସିନ୍ଦୂର: ନୂଆ ଭିଡିଓ ଜାରି କଲା ସେନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମ୍ପର୍କିତ ଏକ ନୂଆ ଭିଡିଓ ଜାରି କରିଛି ସେନା। ବୁଧବାର ଜାରି ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଭାରତ ସେନା ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡିକ ଉପରେ ଲକ୍ଷ୍ୟବିଧ ନିଶାଣ କରୁଛି। ଭିଡିଓରେ ପାକିସ୍ତାନ ଉପରେ ଭାରତ ସେନାର ବିଭିନ୍ନ ଆକ୍ରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହେଉଥିବା ଉଚ୍ଚସ୍ତରୀୟ ବୈଠକର ଦୃଶ୍ୟ ଦେଖାଯାଉଥିବାବେଳେ ଏହାର ଅଡିଓରେ ଲେପ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କ ଅସ୍ତ୍ରବିରତି କଥାବାର୍ତ୍ତାର ସ୍ବର ଶୁଣାଯାଉଛି। ଭାରତ ଓ ପାକିସ୍ତାନ ସଂଘର୍ଷରେ ହୋଇଥିବା ଅସ୍ତ୍ରବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶ୍ରେୟ ଦାବି କରିଆସୁଥିବାବେଳେ ସେନା ଏପରି ଭିଡିଓ ଜାରି କରିଛି। ସେନା କହିଛି ଯେ ଲେପ୍ଟନାଣ୍ଟ ଜେନେରା ଘାଇ ପାକିସ୍ତାନ ଡିଜିଏମଓଙ୍କ ସହିତ କଥା ହେବା ପରେ ଅସ୍ତ୍ରବିରତି ପାଳନ କରାଯାଇଥିଲା। ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ସେନା ମେ ୭ରେ ଅପରେସନ ସିନ୍ଦୁର ନାମରେ ସାମରିକ ଅଭିଯାନ କରିଥିଲା। ଏହି ଅଭିଯାନରେ ଭାରତ ସେନା ପାକିସ୍ତାନ ମାଟିରେ ସକ୍ରିୟ ଆତଙ୍କବାଦୀ ଆଡ୍ଡାସ୍ଥଳକୁ ଧ୍ବଂସ କରିଥିଲା। ଭାରତ ସେନାର ଏହି ଅଭିଯାନ ଉପରେ ପାକିସ୍ତାନ ଜବାବ ଦେଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ଯୁଦ୍ଧର ରୂପ ନେବାକୁ ଯାଉଥିବାବେଳେ ମେ ୧୦ରେ ପାକିସ୍ତାନ ଡିଜିଏମଓଙ୍କ ପକ୍ଷରୁ ଅସ୍ତ୍ରବିରତିର ପ୍ରସ୍ତାବ ଦିଆଯାଇଥିଲା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories