www.samajalive.in
Saturday, December 6, 2025
26.1 C
Bhubaneswar

ଖୋଲିଲା ହୀରାକୁଦର ୬ ଫାଟକ

ହୀରାକୁଦ: ଉପରମୁଣ୍ଡରେ ବର୍ଷା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୬ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅପରାହ୍ଣ ୩ଟାରେ ୨ଟି ଏବଂ ୫ଟାରେ ଅତିରିକ୍ତ ୪ଟି ଫାଟକ ଖୋଲାଯାଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୨୬.୩୫ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୯୫,୨୭୭ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ବିଭିନ୍ନ ମାଧ୍ୟମରେ ୧ ଲକ୍ଷ ୩୩ ହଜାର ୩୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନଦୀବନ୍ଧର ବାମ ପଟ ୧୭, ୧୮, ୧୯ ଓ ୨୪ ଏବଂ ଡାହାଣ ପଟ ୪୯ ଓ ୫୦ ନମ୍ବର ଫାଟକରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ରାତି ୯ଟାରେ ମୁଣ୍ଡଳିରେ ସେକେଣ୍ଡ ପିଛା ୮୭, ୭୦୦ ଘନଫୁଟ ଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories