www.samajalive.in
Monday, December 8, 2025
13.1 C
Bhubaneswar

ମରାଠାଙ୍କ ସଂରକ୍ଷଣ ଦାବି ମାନିଲେ ସରକାର

ମୁମ୍ବଇ: ମହାରାଷ୍ଟ୍ର ମରାଠାୱାଡା ଅଞ୍ଚଳର ମରାଠାମାନଙ୍କୁ ଓବିସି ସଂରକ୍ଷଣ ସୁବିଧା ପ୍ରଦାନ ସମ୍ପର୍କିତ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ମରାଠାୱାଡାର ମରାଠାମାନଙ୍କୁ କୁନବି ଜାତି ମାନ୍ୟତା ପୂର୍ବକ ଓବିସି ସଂରକ୍ଷଣ ସୁବିଧା ପ୍ରଦାନ କରିବା ଲାଗି ସାମାଜିକ କର୍ମୀ ମନୋଜ ଜାରାଙ୍ଗେ ୫ଦିନ ହେଲା ଅନଶନ ଚଳାଇଥିଲେ। ମଙ୍ଗଳବାର ରାଜ୍ୟ ସରକାରଙ୍କ ସହିତ ମରାଠା ସମ୍ପ୍ରଦାୟର ପ୍ରତିନିଧି ଦଳ ଆଲୋଚନା କରିବା ପରେ ସରକାର ଦୁଇଟି ପ୍ରମୁଖ ଦାବିକୁ ଗ୍ରହଣ କରିଥିଲେ। ଏହି ଦୁଇଟି ଦାବି ମଧ୍ୟରେ ପ୍ରମୁଖ ହେଉଛି ମରାଠାଙ୍କୁ ଓବିସି ବା କୁନବି ଜାତି ମାନ୍ୟତା ପ୍ରଦାନ। ମରାଠାଙ୍କୁ ଓବିସି ମାନ୍ୟତା ପ୍ରଦାନ କରିବା ଲାଗି ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପୂର୍ବକ ମହାରାଷ୍ଟ୍ର ସରକାର ଏକ ପ୍ରସ୍ତାବ ଆଗତ କରିଛନ୍ତି। ହାଇଦରାବାଦ ଗେଜେଟ୍ ଅନୁଯାୟୀ ମରାଠାୱାଡାର ମରାଠାମାନଙ୍କୁ କୁନବି ଜାତି ପ୍ରମାଣପତ୍ର ପ୍ରଦାନ କରାଯିବ। ମରାଠାମାନଙ୍କ ଦ୍ବିତୀୟ ଦାବି ହେଉଛି ସେମାନଙ୍କ ବିରୋଧରେ ପୂର୍ବରୁ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବା। ସରକାର ଏହି ଦାବିକୁ ମଧ୍ୟ ଗ୍ରହଣ କରିଛନ୍ତି।

ସଂରକ୍ଷଣ ଦାବିରେ ମରାଠାମାନେ କରିଥିବା ଆନ୍ଦୋଳନ ପାଇଁ ସେମାନଙ୍କ ବିଭିନ୍ନ ପ୍ରକାର ମାମଲା ରୁଜୁ କରାଯାଇଥିଲା। ଏହିସବୁ ମାମଲାକୁ ସେପ୍ଟେମ୍ବର ସୁଦ୍ଧା ସରକାର ପ୍ରତ୍ୟାହାର କରିନେବେ ବୋଲି ଘୋଷଣା କରିଛନ୍ତି। ସେହିପରି ଆନ୍ଦୋଳନ ବେଳେ ଯେଉଁ ବିକ୍ଷୋଭକାରୀମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ କ୍ଷତିପୂରଣ ସହିତ ସେମାନଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ ଲାଗି ସରକାର ସମ୍ମତି ପ୍ରକାଶ କରିଛନ୍ତି। ମରାଠାଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦% ସରକ୍ଷଣ ସୁବିଧା ପ୍ରଦାନ ଦାବିରେ ମନୋଜ ଜାରାଙ୍ଗେଙ୍କ ନେତୃତ୍ବରେ ପ୍ରାୟ ୪୦୦୦ ମରାଠା ଅଗଷ୍ଟ ୨୯ରୁ ଅନଶନ ଚଳାଇଥିଲେ। ଏହି ଆନ୍ଦୋଳନକୁ ନେଇ ମୁମ୍ବଇର ଆଜାଦ ମଇଦାନରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ମଙ୍ଗଳବାର ସରକାର ମରାଠାଙ୍କ ଦାବିକୁ ଗ୍ରହଣ କରିବା ପରେ ମନୋଜ ଜାରାଙ୍ଗେ ତାଙ୍କର ଅନଶନ ଭାଙ୍ଗିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories