www.samajalive.in
Thursday, December 11, 2025
15.1 C
Bhubaneswar

ମାଲକାନଗିରି ବ୍ଲକରେ କର୍ମଚାରୀ ମରୁଡି, ସମସ୍ତ ବିଭାଗ ଅଚଳ 

ମାଲକାନଗିରି : ମାଲକାନଗିରି ବ୍ଲକରେ ଅଫିସର ଓ କର୍ମଚାରୀ ମରୁଡି ଦେଖାଦେଇଛି । ଫଳରେ ସମସ୍ତ ବିଭାଗ ଅଚଳ ହୋଇ ପଡିଛି । ବିଭିନ୍ନ ବିଭାଗରେ ପଦ ପଦବୀ ଗୁଡିକ  ଅତିରିକ୍ତ ଦାୟିତ୍ୱରେ ଚାଲିଛି । ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ, ମନରେଗା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ମୁଖ୍ୟ କିରାଣୀ ଓ କୋଷାଧ୍ୟକ୍ଷ ପଦବୀ ଗୁଡିକ ଖାଲି ପଡିଥିବା ବେଳେ ଅତିରିକ୍ତ ଦାୟିତ୍ୱରେ ଚାଲିଛି ।

ମୁଖ୍ୟ କିରାଣୀ  ମଇଉଦ୍ଦିନ ଗାଉସଙ୍କ ବଦଳି ପରେ ଦୀର୍ଘ ଦିନ ଧରି ସେହି ସ୍ଥାନ ଖାଲି ପଡିଥିଲ।। ବର୍ତମାନ ନୂତନ ଭାବେ ଯୋଗ ଦେଇଥିବା ବରିଷ୍ଠ ରାଜସ୍ୱ କିରାଣୀ ରବିନ୍ଦ୍ର ପାତ୍ରଙ୍କୁ ଅତିରିକ୍ତ ଭାବେ ମୁଖ୍ୟ କିରାଣୀ ଦାୟିତ୍ୱ ଦିଆଯାଇଛି । ସେହିପରି କୋଷାଧ୍ୟକ୍ଷ ସ୍ଥାନରୁ ଅଜିତ ପାତ୍ରଙ୍କ ଖଇରପୁଟ ତହସିଲକୁ ବଦଳି ପରେ ସେହି ସ୍ଥାନ ମଧ୍ୟ ଖାଲି ରହିଛି । ବର୍ତମାନ ସେଠାରେ ଏଷ୍ଟାବ୍ଲିସମେଂଟ ବରିଷ୍ଠ କିରାଣୀ ମୁନା ପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ସେହିପରି ଉନ୍ନୟନ କିରାଣୀ ସ୍ଥାନ ଖାଲିଥିବାରୁ ସେଠାରେ କନିଷ୍ଠ କିରାଣୀ ପ୍ରଦ୍ୟୁମ୍ନ ପରିଡାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

- Advertisement -

ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଶଙ୍କର୍ଶନ ଖଣ୍ଡୁଆଳଙ୍କ ବଦଳି ପରେ ସେହି ସ୍ଥାନ ମଧ୍ୟ ଖାଲି ରହିଛିା ସେଠାରେ ଗ୍ରାମ ପଂଚାୟତ ନିର୍ୱାହୀ ଅଧିକାରୀ ବିଷ୍ଣୁ ଚରଣ ତ୍ରିପାଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତ୍ରିପାଠୀଙ୍କ ଉଡୁପା ଗ୍ରାମ ପଂଚାୟତ ଓ ପେଡାକୋଣ୍ଡା ଗ୍ରାମ ପଂଚାୟତ ଦୁଇଟି ଦାୟିତ୍ୱରେ ଥିବା ସତ୍ୱେ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଦାୟିତ୍ୱରେ ସେ ରହିଛନ୍ତି । ଫଳରେ ମାସ ମାସ ଧରି ବିଭିନ୍ନ ବିଭାଗରୁ ଫାଇଲ ପତ୍ର ଚଳାଚଳ ହେଉ ନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ବ୍ଲକରେ ୧୯ଗୋଟି ଗ୍ରାମ ପଂଚାୟତ ଥିବା ବେଳେ ମାତ୍ର ୧୦ ଜଣ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ରହିଛନ୍ତି । ଏ ସମ୍ପର୍କରେ ମାଲକାନଗିରି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କସମସ ତିର୍କିଙ୍କୁ ପଚାରିବାରୁ ଖୁବ ଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories