www.samajalive.in
Tuesday, December 9, 2025
16.1 C
Bhubaneswar

କମିଲା ଗ୍ୟାସ୍‌ ସିଲିଣ୍ଡର.. ପେନ୍‌ସନ୍‌ ଠାରୁ ଆରମ୍ଭ କରି ବଦଳିଲା କେଡ୍ରିଡ୍‌ କାର୍ଡ ପର୍ଯ୍ୟନ୍ତ ଏସବୁ ନିୟମ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ ଅର୍ଥାତ୍‌ ସୋମବାର ଆର୍ଥିକ କ୍ଷେତ୍ରରେ ୭ଟି ବଡ ପରିବର୍ତ୍ତନ ହୋଇଛି। ଯାହା ସର୍ବସାଧାରଣଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ଦର ଠାରୁ ଆରମ୍ଭ କରି,କ୍ରେଡିଟ୍‌ କାର୍ଡ, ଆୟକର ଟ୍ୟାକ୍ସ ଦେବା, ଭାରତୀୟ ଡାକ ସେବାର ନିୟମ, ଏଫଡି ସ୍କିମ୍‌ ଆଦି ସହ ଏସବୁ ପରିବର୍ତ୍ତନ ଜଡିତ ରହିଛି । ଜାଣନ୍ତୁ ସେହି ପରିବର୍ତ୍ତନ ବିଷୟରେ..

ଆଜି ଠାରୁ ୧୯ କିଲୋଗ୍ରାମ୍‌ ବ୍ୟବସାୟିକ ସିଲିଣ୍ଡରର ଦାମ୍‌ ହ୍ରାସ ହୋଇଛି। ରାତି ୧୨ଟା ପରେ ନୂଆ ଦାମ୍‌ର ତାଲିକା ଆସିଯିବା ସହ ଲାଗୁ ହୋଇଛି। ସିଲିଣ୍ଡର ଦାମ୍‌ରେ ୫୧ ଟଙ୍କା କମ୍‌ ହୋଇଛି। ଏହାପରେ ବ୍ୟବସାୟିକ ସିଲିଣ୍ଡର ଦିଲ୍ଲୀରେ ୧୫୮୧ ଟଙ୍କା, କଲକାତାରେ ୧୬୮୩, ମୁମ୍ବାଇରେ ୧୫୩୧ ଓ ଚେନ୍ନାଇରେ ୧୭୩୭ ଟଙ୍କା ମିଳିବ ।

- Advertisement -

ସେପ୍ଟେମ୍ବର ୧ରୁ ଭାରତୀୟ ଡାକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ଡାକ ସେବା ଓ ସ୍ପିଡ୍‌ ପୋଷ୍ଟ ସେବା ଏକାଠି ହୋଇ ଯାଇଛି। ଏବେ ସାଧାରଣ ଡାକ ସେବା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଡାକ ଦ୍ୱାରା ନୁହେଁ ବରଂ ସ୍ପିଡ୍‌ ପୋଷ୍ଟ ଦ୍ୱାରା ଲୋକେ ସବୁକିଛି ପଠାଇ ପାରିବେ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରେଡିଟ୍ କାର୍ଡର ନିୟମ ପରିବର୍ତ୍ତନ କରିଛି। ଜାରି କରାଯାଇଥିବା କିଛି କ୍ରେଡିଟ୍ କାର୍ଡ ପାଇଁ ପୁରସ୍କାର ପଏଣ୍ଟକୁ ପରିବର୍ତ୍ତନ କରିଛି। ଏବେ କ୍ରେଡିଟ୍ କାର୍ଡଧାରୀଙ୍କୁ ଡିଜିଟାଲ୍ ଗେମିଂ, ଅନଲାଇନ୍ ଗେମିଂ ଏବଂ ସରକାରୀ ୱେବସାଇଟ୍‌ରେ କାରବାର ପାଇଁ ପୁରସ୍କାର ପଏଣ୍ଟ ମିଳିବ ନାହିଁ।

ଏହି ୪ ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ,ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ, ଧନ ବୃଦ୍ଧି,ବିବାହ ସୁଖ ନେଇ ଆସିଛି ସେପ୍ଟେମ୍ବର..

୨ଟି ବଡ଼ ବ୍ୟାଙ୍କର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ପରିବର୍ତ୍ତନ ହୋଇଛି। ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କର ଏଫ୍‌ଡି ସ୍କିମ୍ ନେବାର ଶେଷ ତାରିଖ ଶେଷ ହୋଇଛି। ଆଜିଠାରୁ ଲୋକମାନେ ଇଣ୍ଡିଆନ୍ ବ୍ୟାଙ୍କର ୪୪୪ ଏବଂ ୫୫୫ ଦିନର ସ୍କିମ୍ ନେଇପାରିବେ ନାହିଁ। ଆଇଡିବିଆଇ ବ୍ୟାଙ୍କର ୪୪୪, ୫୫୫ ଏବଂ ୭୦୦ ଦିନର ସ୍କିମ୍ ମଧ୍ୟ ଆଜିଠାରୁ ବନ୍ଦ ହୋଇଯାଇଛି।

ଜାତୀୟ ପେନସନ ଯୋଜନା (ଏନ୍‌ପିଏସ) ଅନ୍ତର୍ଗତ ଏକୀକୃତ ପେନସନ ଯୋଜନା (ୟୁପିଏସ)) ଚୟନ କରିବାର ଶେଷ ତାରିଖ ବୃଦ୍ଧି କରାଯାଇଛି। ଏହି ନିୟମ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଯାହାଙ୍କ ପାଇଁ ନୂତନ ପେନସନ ଯୋଜନା ଲାଗୁ କରାଯାଇଛି। ପୂର୍ବରୁ ଯୋଜନା ଚୟନ କରିବାର ତାରିଖ ୩୦ ଜୁନ୍ ଥିଲା, ଯାହାକୁ ପ୍ରଥମେ ୩୦ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଏବଂ ଏବେ ଏହାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବଂ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (ଏନ୍‌ପିସିଆଇ) ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆଦାୟ ହେଉଥିବା ଶୁଳ୍କ ବୃଦ୍ଧି କରିଥିଲେ। ଏହି ନିୟମ ୧ ମେ’, ୨୦୨୫ରୁ ଲାଗୁ ହୋଇଥିଲା, ଯାହା ୧ ସେପ୍ଟେମ୍ବର, ୨୦୨୫ ରୁ ଲାଗୁ ରହିବ। ଏହି ନିୟମରେ ଏପର୍ଯ୍ୟନ୍ତ କୌଣସି ହ୍ରାସ କିମ୍ବା ବୃଦ୍ଧି କରାଯାଇ ନାହିଁ। ଅନେକ ବ୍ୟାଙ୍କ ମାଗଣା କାରବାର ସୀମା ମଧ୍ୟ ପରିବର୍ତ୍ତନ କରିଥିଲେ, ଯାହା ୧ ଏପ୍ରିଲରେ ଜାରି ହୋଇଥିବା ନିୟମ ଅନୁସାରେ ରହିବ।

୩ ମହାଶକ୍ତିଙ୍କ ମହାମିଳନ ; ଟ୍ରମ୍ପଙ୍କ ରକ୍ତଚାପ ବଢାଇବ କି ଏସବୁ ଦୃଶ୍ୟ!

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories