www.samajalive.in
Saturday, December 6, 2025
26.1 C
Bhubaneswar

ଶେହବାଜଙ୍କୁ ଟିକେ ବି ଚାହିଁଲେନି ମୋଦୀ: ଏକଘରିକିଆ ହେଲା ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଚୀନର ଏସ୍‍ସିଓ ଶିଖର ସମ୍ମିଳନୀରେ ଏକଘରିକିଆ ହେଲା ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‍ ଫଟୋ ପୋଜ୍‍ ପାଇଁ ଛିଡା ହୋଇଥିବା ବେଳେ ସେହି ପଟେ ଯାଉଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ । ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଶେହବାଜଙ୍କ ମୁହଁକୁ ଟିକେ ବି ଚାହିଁନଥିଲେ ।  ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି ।
ଶିଖର ସମ୍ମିଳନୀରେ  ପ୍ରଧାନମନ୍ତ୍ରୀ ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ ଏବଂ ଚୀନ ରାଷ୍ଟ୍ରପତି ଜିନ୍‍ପିଙ୍ଗ ଏକାଠି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଏସ୍‍ସିଓରେ ସାମିଲ ହୋଇଥିବା ଶେହବାଜ ସରିଫ୍‍ଙ୍କୁ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ସମ୍ମିଳନୀର ଦ୍ୱିତୀୟ ଦିନରେ ମୋଦୀ ପୁଟିନ୍‍ ପରସ୍ପର ସହିତ କଥାବାର୍ତ୍ତା ହୋଇ ଯାଉଥିଲେ । ସେତେବେଳେ ଶେହବାଜ ସରିଫଙ୍କୁ ମୋଦୀ ଟିକିଏ ବି ଆଡ ଆଖିରେ ଚାହିଁନଥିଲେ । ଶେହବାଜ ସରିଫ୍‍ ଏକାକୀ ଛିଡା ହୋଇଥିବା ବେଳେ ଉଭୟ ନେତାଙ୍କୁ ଟିକେ ବି ଅନାଇ ନଥିଲେ । ଏକୁଟିଆ ଠିଆ ହୋଇଥିବା ସରିଫଙ୍କ ସହିତ ନା କେହି କଥା ହୋଇଥିଲେ ନା କେହି ତାଙ୍କ ପ୍ରତି ଧ୍ୟାନ ଦେଇଥିଲେ । ଶେହବାଜ ମୋଦୀଙ୍କୁ ହତବାକ୍‍ ହୋଇ ଚାହିଁ ରହିଥିଲେ ।
ସାଙ୍ଘାଇ ସମନ୍ୱୟ ସଂଗଠନରେ ସମ୍ବୋଧନ କରିବା ସହ ଶେହବାଜଙ୍କ ଉପସ୍ଥିତିରେ  ମୋଦୀ ପାକିସ୍ତାନକୁ ଟାର୍ଗେଟ କରି ଆତଙ୍କବାଦ ପ୍ରସଙ୍ଗ ଉଠାଇ ଖୁବ ସମାଲୋଚନା କରିଥିଲେ ।  ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇ ଥମୋଦୀ କହିଛନ୍ତି ଯେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି । ଆତଙ୍କବାଦ ସମ୍ପର୍କରେ କୌଣସି ଦୋମୁହାଁ ନୀତି  ରହିବା ଉଚିତ୍‍ ନୁହେଁ । ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ ବିପଦ ।
ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ଏକ ବଡ ବିପଦ । ଦେଶ, ସମାଜ ଏବଂ ମାନବ ଜାତି ଏଥିରୁ ସୁରକ୍ଷିତ ନୁହେଁ । ଆତଙ୍କବାଦୀ ଏବଂ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଉଥିବା ଲୋକଙ୍କ ସହିତ ମୁକାବିଲା କରିବା ପାଇଁ ଏକ ପ୍ରସ୍ତାବ ରଖିଛନ୍ତି ମୋଦୀ ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories