ନୂଆଦିଲ୍ଲୀ : ଭୟଙ୍କର ଭୂକମ୍ପରେ ଥରି ଉଠିଲା ଆଫଗାନିସ୍ତାନ। ରବିବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏବେ ସୁଦ୍ଧା ୬୨୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୪୭ମିନିଟରେ ହୋଇଥିବା ଭୂକମ୍ପରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। କ୍ରମଶଃ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଜଲାଲାବାଦ ସହରରୁ ୨୭କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଭୂମିକମ୍ପର ୮କିଲୋମିଟର ଗଭୀରରେ ହୋଇଥିବା ରେକର୍ଡ ହୋଇଛି । ଭୂକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡି ପଡି ଥିବାବେଳେ ରାସ୍ତା ଏବଂ ଘର ଗୁଡିକରେ ଫାଟ ଦେଖାଦେଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଥିଲା ।
EQ of M: 6.3, On: 01/09/2025 00:47:41 IST, Lat: 34.50 N, Long: 70.81 E, Depth: 160 Km, Location: Afghanistan.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/O7V6fMS76w— National Center for Seismology (@NCS_Earthquake) August 31, 2025
ଭୂମିକମ୍ପ ଯୋଗୁଁ ବହୁତ ଜୀବନ ହାନି ସହ ସମ୍ପତ୍ତି କ୍ଷତି ହୋଇଛି । ଅନେକ ଲୋକ ଭଗ୍ନାବିଶେଷ ତଳେ ଚାପି ହୋଇ ଥିବା ଆଶଙ୍କା କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂକମ୍ପରେ ଦାରାହ-ଏ-ନୂର ଜିଲାର ସାଟିନ୍ ଗାଁ ସର୍ବାଧିକ କ୍ଷତି ହୋଇଛି ।



