www.samajalive.in
Saturday, December 13, 2025
26.1 C
Bhubaneswar

ଚୀନରେ ଶୁଭିଲା ‘ବନ୍ଦେ ମାତରଂ, ଭାରତ ମାତା କୀ ଜୟ’ ଧ୍ବନି

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଇ ଶନିବାର ତିଆନଜିନ ସହରରେ ପହଞ୍ଚିଛନ୍ତି, ଯେଉଁଠି ସେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ। ତେ​‌ବେ ମୋଦୀ ଚୀନରେ ପହଞ୍ଚିବା ପରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯିବା ସମୟରେ ‘ବନ୍ଦେ ମାତରଂ ଏବଂ ଭାରତ ମାତା କୀ ଜୟ’ ଧ୍ବନିରେ ଗୁଞ୍ଜରି ଉଠିଥିଲା ପରିବେଶ।

୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଚୀନ ଗସ୍ତ ଥିଲା। ଭୂରାଜନୈତିକ ଦୃଷ୍ଟିକୋଣରୁ ଏହି ଗସ୍ତ ଉଭୟ ଭାରତ ଏବଂ ଚୀନ ପାଇଁ ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ସାରା ବିଶ୍ଵର ନଜର ଏସସିଓ ସମ୍ମିଳନୀ ଉପରେ ରହିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ବିନହାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଚୀନ ଏବଂ ଭାରତୀୟ ଅଧିକାରୀମାନଙ୍କ ପକ୍ଷରୁ ରେଡ୍ କାର୍ପେଟରେ ସ୍ଵାଗତ କରାଯାଇଥିଲା।

- Advertisement -

ପରେ ମୋଦୀ ହୋଟେଲରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ସମୁଦାୟଙ୍କ ପକ୍ଷରୁ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରଂ’ ଗାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଯାହା ବେଶ ଆକର୍ଷଣୀୟ ଥିଲା। ଭାରତୀୟ ସ୍ଵାଧୀନତା ସଂଗ୍ରାମର ଏହି ସ୍ଳୋଗାନ ମନ୍ତ୍ରମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories