www.samajalive.in
Monday, December 8, 2025
24.1 C
Bhubaneswar

ଭାରତ-ଚୀନ ସମ୍ପର୍କ ମଜଭୁତ ହେବା ଜରୁରୀ: ଜିନପିଙ୍ଗ

ସମାଜ ଡିଜିଟାଲ ଡେସ୍କ: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ବିଶେଷକରି ଉଭୟ ଦେଶର ସୀମା ବିବାଦ ଉପରେ ଆଲୋଚନା ହୋଇଥିଲା। ସମ୍ପର୍କକୁ କିପରି ଆଗକୁ ବଢ଼ାଇ ହେବ ସେ ନେଇ ଦୁଇ ନେତା ନିଜ ନିଜର ମନ୍ତବ୍ୟ ରଖିଥିଲେ।

ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଦୁଇ ଦେଶର ସମ୍ପର୍କ ଆଗକୁ ବଢ଼ିବ ବୋଲି ମୋଦୀ କହିଥିଲେ। ଜିନପିଙ୍ଗ ମଧ୍ୟ ଦୁଇ ଦେଶ ମଧ୍ୟରେ ଆପୋସ ସହଯୋଗ ପାଇଁ ନିଜର ସହମତି ପ୍ରକାଶ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଭାରତ ଏବଂ ଚୀନ ଏକା ସାଙ୍ଗରେ ଚାଲିବା ଉଚିତ ଏବଂ ଦୁଇ ଦେଶର ସମ୍ପର୍କ ମଜଭୁତ ହେବା ଜରୁରୀ ବୋଲି ଜିନପିଙ୍ଗ ମତପୋଷଣ କରିଥିଲେ।

- Advertisement -

ଜିନପିଙ୍ଗ କହିଥିଲେ, ଦୁନିଆ ପରିବର୍ତ୍ତନ ଦିଗରେ ଆଗକୁ ବଢ଼ୁଛି। ଦୁଇ ଦେଶ ପରସ୍ପରର ଭଲ ପଡ଼ୋଶୀ ହେବା ଆବଶ୍ୟକ। ଆମେ ଆପୋସ ସହ​‌ଯୋଗ ପାଇଁ ରାଜି। ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories