www.samajalive.in
Saturday, December 6, 2025
26.1 C
Bhubaneswar

ବିଳମ୍ବରେ ମିଳିଲା ପ୍ରସାଦ: ମନ୍ଦିର ସେବକଙ୍କୁ ହତ୍ୟା

ନୂଆଦିଲ୍ଲୀ : ପ୍ରସାଦ ମିଳିବାରେ ବିଳମ୍ବ ଘଟିବାରୁ ନୂଆଦିଲ୍ଲୀସ୍ଥ କାଲକାଜୀରେ ଥିବା ଏକ ମନ୍ଦିରରେ କିଛି ଭକ୍ତ ଜଣେ ସେବକଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଶୁକ୍ରବାର ରାତି ୯ଟା ସମୟରେ କିଛି ଭକ୍ତ ମନ୍ଦିରକୁ ଆସି ତୁରନ୍ତ ପ୍ରସାଦ ଦେବାକୁ ବାଧ୍ୟ କରିଥିଲେ। ତେବେ ଯୋଗେନ୍ଦ୍ର ସିଂହ ନାମକ ଏହି ସେବକ ଜଣକ କିଛି ସମୟ ଅପେକ୍ଷା କରିବାକୁ ସେମାନଙ୍କୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ସେବକଙ୍କୁ ନିକଟସ୍ଥ ଏକ ଧର୍ମଶାଳାକୁ ଟାଣିନେଇ ଲୁହାରଡ୍‌ରେ ନିସ୍ତୁକ ପିଟିଥିଲେ। ଯୋଗେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଇତିମଧ୍ୟରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ଅଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories