www.samajalive.in
Wednesday, December 10, 2025
16.1 C
Bhubaneswar

ସବୁ ରକ୍ତଭଣ୍ଡାରରେ ହେବ ନାଟ୍ ପଦ୍ଧତି

ଭୁବନେଶ୍ବର: ରାଜ୍ୟର ସମସ୍ତ ରକ୍ତଭଣ୍ଡାରରେ ନାଟ୍‌ ପଦ୍ଧତି ଲାଗୁ କରାଯିବ। ଏହା ଦ୍ବାରା ଗୋଟିଏ ରକ୍ତରୁ ପ୍ଲାଜମା, ପ୍ଲେଟଲେଟ ପୃଥକ କରାଯାଇ ଆବଶ୍ୟକ ଅନୁସାରେ ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ରକ୍ତ ସଙ୍କଟ ଦୂର କରିବା କ୍ଷେତ୍ରରେ ଏହା ସହାୟକ ହୋଇ ପାରିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ପୂର୍ବରୁ କେବଳ ରାଜ୍ୟର ୧୧ କେନ୍ଦ୍ରରେ ନାଟ୍ ପଦ୍ଧତିରେ ରକ୍ତ ପରୀକ୍ଷା କରାଯାଉଥିଲା। ସେହିପରି ପୂର୍ବରୁ ୧୫ ରକ୍ତଭଣ୍ଡାରରେ ବର୍ଗୀକରଣ କରାଯାଉଥିବାବେଳେ ଏବେ ଆଉ ୧୦ଟି ରକ୍ତଭଣ୍ଡାରରେ ରକ୍ତ ବର୍ଗୀକରଣ କେନ୍ଦ୍ର ଖୋଲିବ।
କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି, କଟକ କେନ୍ଦ୍ରୀୟ ରକ୍ତଭଣ୍ଡାର ସହିତ ଏସ୍‌ସିବି, ବ୍ରହ୍ମପୁର, ବାଲେଶ୍ବର, ବାରିପଦା, ବଲାଙ୍ଗୀର, କୋରାପୁଟ, ଜୟପୁର ଏବଂ ବୁର୍ଲାର ରକ୍ତଭଣ୍ଡାରରେ ନାଟ୍ ପଦ୍ଧତିରେ ପରୀକ୍ଷଣ କରାଯାଉଛି। ପିପିପି ଭିତ୍ତିରେ ସବୁ ରକ୍ତଭଣ୍ଡାରରେ ନାଟ୍‌ ପଦ୍ଧତି ଲାଗୁ କରାଯିବାକୁ ଯୋଜନା ହୋଇଛି। ଏଥିପାଇଁ ଓଏସ୍‌ଏମ୍‌ସିଏଲ ପକ୍ଷରୁ ଟେଣ୍ଡର କରାଯାଇଛି। ପୂର୍ବରୁ ଏଲିସା ପଦ୍ଧତିରେ ପରୀକ୍ଷା କରାଯାଉଥିବାବେଳେ ଅଧିକ ସ୍ବଚ୍ଛତା ଓ ଶୁଦ୍ଧତା ପାଇଁ ଏହି ପଦ୍ଧତି ଆପଣାଯିବ। ଏହାଦ୍ବାରା ବର୍ଷକୁ ୨ ଲକ୍ଷ ପରୀକ୍ଷା ନାଟ୍ ପଦ୍ଧତିରେ କରାଯାଇ ପାରୁଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ବାଲେଶ୍ବର, ବୁର୍ଲା, ବଲାଙ୍ଗୀର, ବାରିପଦା, ବରଗଡ଼, ରାଉରକେଲା, ଏମ୍ସ ଆଦି ରକ୍ତଭଣ୍ଡାରରେ ପୃଥକୀକରଣ କେନ୍ଦ୍ର କାର୍ଯ୍ୟ କରୁଛି। ଏବେ ଆଉ ୧୦ ରକ୍ତଭଣ୍ଡାରରେ ରକ୍ତ ବର୍ଗୀକରଣ କେନ୍ଦ୍ର କରାଯିବାକୁ ଯୋଜନା ରହିଛି। ଏହାଦ୍ବାରା ରୋଗୀଙ୍କୁ ସମ୍ପୂର୍ଣ୍ଣ ରକ୍ତ ଦିଆ ନ ଯାଇ ଆବଶ୍ୟକ ହେଉଥିବା ବର୍ଗୀକୃତ ରକ୍ତ ଦିଆଯାଇପାରିବ। ରକ୍ତରୁ ବର୍ଗୀକରଣ ଜରିଆରେ ପ୍ଲାଜମା, ପ୍ଲେଟଲେଟ୍ ଏବଂ ପିଆରବିସି ପୃଥକ କରାଯିବ। ବର୍ଗୀକରଣ ହେବା ପରେ ହିମୋଗ୍ଲୋବିନ୍‌ କମ ଥିବା ‌େ‌ରାଗୀଙ୍କୁ କର୍କଟ, ପୋଡ଼ାଜଳା ରୋଗୀଙ୍କୁ ପ୍ଲାଜମା ଏବଂ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ ଦିଆଯାଇପାରିବ। ଏହି ପରି ଭାବେ ଗୋଟିଏ ରକ୍ତ ଜଣକୁ ଦିଆନଯାଇ ପୃଥକୀକରଣ ପରେ ଭିନ୍ନ ଭିନ୍ନ ରୋଗୀଙ୍କୁ ଦିଆଯାଇପାରିବ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories