www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକାରେ ଶିଖ ଯୁବକଙ୍କୁ ଗୁଳିକଲା ପୁଲିସ 

ଆମେରିକା : ଲସ୍ ଏଞ୍ଜେଲିସ୍  ରାସ୍ତାରେ ଖଣ୍ଡା ବୁଲାଉଥିବା ଜଣେ ଶିଖ ଯୁବକଙ୍କୁ ପୋଲିସ ଗୁଳି ମାରିଛି । ଯୁବକ ଜଣକ ସଡ଼କରେ ପ୍ରାଚୀନ ମାର୍ଶଲ ଆର୍ଟ  ପ୍ରଦର୍ଶନ କରୁଥିଲେ  । ଘଟଣାଟି ଜୁଲାଇ ୧୩ ରେ ଘଟିଥିଲା । ୩୫ ବର୍ଷୀୟ ଗୁରପ୍ରିତ୍ ସିଂ ଲସ୍ ଏଞ୍ଜେଲିସ୍  ଡାଉନ ଡାଉନର କ୍ରିପ୍ଟ ଡଟ କମର ଏରିନା ପାଖେ ମାର୍ଶଲ ଆର୍ଟ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ତାଙ୍କୁ ଏଥିରୁ ବିରତ ରହିବାକୁ ନିର୍ଦ୍ଦେଶ ଦେଇଥିଲା । ପୋଲିସ ସୂଚନା ଅନୁସାରେ ତାଙ୍କ ହାତରେ ଖଣ୍ଡା ଭଳି ଏକ ଅସ୍ତ୍ର ଥିଲା । ପ୍ରାୟ ୨ ଫୁଟର ଏହି ଅସ୍ତ୍ର ବୁଲାଇ ସେ ଭୟଭୀତ କରାଉଥିବା ପୋଲିସ ସୂଚନା ଦେଇଥିଲା ।

ପୋଲିସ ବିଭାଗ ତରଫରୁ ଜାରି ହୋଇଥିବା ଭିଡ଼ିଓରୁ ଜଣା ପଡିଛି  କି ପଗଡି ପିନ୍ଧିଥିବା ଶିଖ ଯୁବକଜଣକ ରାସ୍ତାରେ ଖଣ୍ଡା ବୁଲାଉଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଖ ଯୁବକଙ୍କୁ ଖଣ୍ଡା  ତଳକୁ କରିବାକୁ କହିବା ପରେ ବି ସେ ତଳକୁ କରିନଥିଲେ ।  ଏହା ସହ ସେ ସେଥିରେ ନିଜ ଜିଭ କାଟିଥିଲେ ଏବଂ ଏକ କାରରେ ସେହି ସ୍ଥାନରୁ ଫେରାର ହେବାକୁ ଚେଷ୍ଟା କରିଥିଲେ । ପୋଲିସ ତାଙ୍କ ପଛରେ ଯିବା ପରେ ସେ କାର ବାହାରକୁ ଖଣ୍ଡା ହଲାଇ ରାସ୍ତାରେ ଥିବା ସମସ୍ତଙ୍କୁ ଡରାଇବାକୁ ଚେଷ୍ଟା କରିବା ସହିତ ପୋଲିସକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ଏପରିକି ସେ ଏକ କାଚ ବୋତଲ ପୋଲିସ ଉପରକୁ ଫିଙ୍ଗିଥିଲେ । ରାସ୍ତାରେ ଅନେକ ଗାଡିକୁ ଧକ୍କା ଦେଇ ଶେଷରେ ସେ ଅଟକିଯାଇଥିଲେ । ତାଙ୍କୁ ଅସ୍ତ୍ର ତଳକୁ କରିବାକୁ ପରାମର୍ଶ ଦେବା ପରେ ବି ସେ ପୋଲିସ କଥା ଶୁଣିନଥିଲେ । ପୋଲିସକୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିବା ସମୟରେ ପୋଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories