www.samajalive.in
Sunday, December 7, 2025
16.1 C
Bhubaneswar

ଦେଶର ସବୁଠାରୁ ଧନୀ ଗଣେଶ : କେଜି କେଜି ସୁନା, ରୁପାରେ ହୁଏ ପ୍ରଭୁଙ୍କ ସାଜସଜ୍ଜା..

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରଭୁ ଗଣେଶଙ୍କ ପୂଜା ଉତ୍ସବ ବେଶ ଧୂମଧାମରେ ପାଳନ କରାଯାଏ । ଖୁବ ସୁନ୍ଦର ସୁନ୍ଦର ଓ ବିରାଟକାୟ ଗଣେଶଙ୍କ ପ୍ରତିମା, ପେଣ୍ଡାଲ୍‌ ଦେଶ ଦୁନିଆରେ ଖୁବ୍‌ ପ୍ରସିଦ୍ଧ ମଧ୍ୟ । ଚଳିତ ବର୍ଷ ମୁମ୍ବାଇର ମାଟୁଙ୍ଗାର କିଙ୍ଗସ୍‌ ସର୍କଲରେ ସ୍ଥିତ ଜିଏସବି ସେବା ମଣ୍ଡଳଙ୍କ ଗଣେଶ ପ୍ରଭୁଙ୍କ ମୂର୍ତ୍ତିକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ପ୍ରତିମାଙ୍କୁ ଦେଶର ସବୁଠାରୁ ଧନୀ ଗଣପତି ବୋଲି କୁହାଯାଏ । କାରଣ ଏଠାରେ ପ୍ରଭୁଙ୍କ ମୂର୍ତ୍ତି ର ସାଜସଜ୍ଜା କିଲୋ କିଲୋ ସୁନା-ଚାନ୍ଦିରେ କରାଯାଏ । ସେବା ମଣ୍ଡଳ ଚଳିତ ବର୍ଷ ୨୦୨୫ରେ ଗଣେଶ ଉତ୍ସବ ପାଇଁ ୪୫୦ କୋଟିରୁ ଅଧିକର ବୀମା କରାଇଛି । ଏହା ପୂର୍ବରୁ ମଧ୍ୟ ମଣ୍ଡଳର ଏଭଳି ବୀମା କରାଯାଇଛି । ମାତ୍ର ଚଳିତ ବର୍ଷ ସମସ୍ତ ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି ।

ମୁମ୍ବାଇର ମାଟୁଙ୍ଗାରେ ଜିଏସବି ସେବା ମଣ୍ଡଳ ଦ୍ୱାରା ପ୍ରଭୁଙ୍କୁ ପ୍ରାୟ ୬୭ କିଲୋ ସୁନା ଆଭୂଷଣରେ ସଜା ଯାଇଛି । ଏହାସହ ପ୍ରଭୁ ଯେଉଁ ସିଂହାସନ ଉପରେ ବିରାଜମାନ ରହିଛନ୍ତି, ତାହା ୩୫୦ କିଲୋ ରୁପାରେ ତିଆରି ହୋଇଛି । ମଣ୍ଡଳ ଯେଉଁ ବୀମା ରହିଛି, ଏଥିରେ ସୁନା-ଚାନ୍ଦି ଗହଣା, ମଣ୍ଡଳର ସ୍ୱୟଂସେବାକୁ, ପୂଜାରୀ, ରୋଷେୟା, ସୁରକ୍ଷାକର୍ମୀ ଆଦିଙ୍କର ଦୁର୍ଘଟଣା ବୀମା, ଜୀବନବୀମା, କୌଣସି ଅଘଟଣରେ ହୋଇଥିବା କ୍ଷୟକ୍ଷତିକୁ ନେଇ ମଧ୍ୟ ବୀମା ରହିଛି ।

- Advertisement -

ଜିଏସବି ସେବା ମଣ୍ଡଳ ଏହି ସମୟରେ ସବୁଠାରୁ ଧନୀ ଗଣପତିଙ୍କ ପାଇଁ ଚର୍ଚ୍ଚାରେ ରହିଛି । ପ୍ରଭୁଙ୍କ ଏହି ମୂର୍ତ୍ତି ପରିବେଶ ପାଇଁ ଅନୁକୂଳ । ଏହାସହ ଏଥିରେ ପ୍ରାକୃତିକ ରଙ୍ଗ ମଧ୍ୟ ବ୍ୟବହାର ହୋଇଛି ।
ମାଟୁଙ୍ଗାର ପ୍ରଭୁଙ୍କୁ ମୂର୍ତ୍ତିକୁ ନେଇ ମାନ୍ୟତା ରହିଛି ଯେ, ଏହାକୁ ଥରେ ମାତ୍ର ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ୧୦ ଦିନିଆ ଏହି ଗଣେଶ ଉତ୍ସବ ସମୟରେ ଏଠାକୁ ନିୟମିତ ଭଗବାନଙ୍କ ପୂଜା ପରେ ପେଣ୍ଡାଲରେ ନଡିଆ ଭାଙ୍ଗିବାର ପରମ୍ପରା ରହିଛି। ଏହି ନଡିଆକୁ ଭକ୍ତଙ୍କ ମଧ୍ୟରେ ଭୋଗ ଭାବରେ ବଣ୍ଟାଯାଏ ।

୩୦ ଅଗଷ୍ଟରେ ବୁଦ୍ଧାଦିତ୍ୟ ରାଜଯୋଗ ; ଏହି ରାଶିଙ୍କୁ ବ୍ୟବସାୟରେ ମିଳିବ ବଡ ଲାଭ, ଖାଲି ମିଳିବ ସଫଳତା..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories